30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଟ୍ୱିଟର ଆଣିଲା ଏଡିଟ ଅପସନ

ଟ୍ୱିଟର ଆଣିଲା ଏଡିଟ ଅପସନ

ନୂଆଦିଲ୍ଲୀ: ଫେସବୁକ ଓ ଅନ୍ୟ ସୋସିଆଲ ସାଇଟ୍ ପରି ଟ୍ବିଟରରେ ଏଡିଟ୍ ଅପସନ ନଥିଲା । ଯଦି କୌଣସି ପୋଷ୍ଟରେ କିଛି ଭୁଲ ରହି ଯାଉଥିଲା, ୟୁଜର୍ସଙ୍କୁ ପାଖରେ ଉକ୍ତ ପୋଷ୍ଟ ଏଡିଟ୍ କରିବାର କୌଣସି ବିକଳ୍ପ ନଥିଲା । ଫଳରେ ୟୁଜର୍ସ ବାଧ୍ୟ ହୋଇ ପୋଷ୍ଟକୁ ଡିଲିଟ୍ କରି ନୂଆ ପୋଷ୍ଟ କରୁଥିଲେ । ଏମିତି ସମସ୍ୟାର ସମାଧାନ ପାଇଁ ଟ୍ବିଟରରେ ଏଡିଟ ଅପସନ ରଖିବାକୁ ବହୁଦିନ ହେଲା ଦାବି ହୋଇ ଆସୁଥିଲା । ଯାହା ଏବେ ପୂରଣ ହୋଇଛି । ଟ୍ବିଟର ଏବେ ପୋଷ୍ଟରେ ଏଡିଟ୍ ଅପସନ ଆଡ କରିଛି । ତେବେ ଏହା ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ୟୁଜର୍ସଙ୍କୁ ଉବଲବ୍ଧ ହୋଇଛି ।
ଟିପ୍ସଟର ମୁକୁଲ ଶର୍ମାଙ୍କ ଅନୁସାରେ, ମାଇକ୍ରୋ ବ୍ଲଗିଂ ସାଇଟ ଏକ ନୂଆ ଫିଲ୍ଟର ଜାରି କରିଛି । ଏଥିରେ ୟୁଜର୍ସ ଆପତ୍ତିଜନକ ଟ୍ବିଟକୁ ଡିଲିଟ କରିବା ବଦଳରେ ଏଡିଟ୍ କରି ପାରିବେ । ଏହି ଫିଚର୍, ଟ୍ବିଟ୍ ପୋଷ୍ଟ କରିବା ପୂର୍ବରୁ ଆପତ୍ତିଜନକ ଶବ୍ଦକୁ ଏଡିଟ୍ କରିବାକୁ ସୂଚନା ଦେବ । ଏହାର ଅର୍ଥ ପୋଷ୍ଟ ପୂର୍ବରୁ ଆପତ୍ତିଜନକ ଶବ୍ଦ ଉପରେ ନଜର ରଖିବ ଟ୍ବିଟର୍ । ସୂଚନାଯୋଗ୍ୟ, କମ୍ପାନୀ ତରଫରୁ ଏହି  ଫିଚରକୁ ନେଇ କୌଣସି ସ୍ପଷ୍ଟ କରାଯାଇନାହିଁ । ତେବେ ଏଡିଟ୍ ବଟମକୁ ନେଇ ଦାବି ହୋଇ ଆସୁଥିବା ବେଳେ ଏହା ଶୀଘ୍ର ସବୁ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking