27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଋଣ ପରିଶୋଧ ବଦଳରେ ଗିଲଗିଟ ଅଞ୍ଚଳକୁ ଲିଜ୍ ଆକାରରେ ଚୀନକୁ ଦେବ ପାକିସ୍ତାନ

ଋଣ ପରିଶୋଧ ବଦଳରେ ଗିଲଗିଟ ଅଞ୍ଚଳକୁ ଲିଜ୍ ଆକାରରେ ଚୀନକୁ ଦେବ ପାକିସ୍ତାନ

ନୂଆଦିଲ୍ଲୀ: ଚୀନ୍ ଠାରୁ ପାକିସ୍ତାନ ଲଗାତାର ଋଣ ନେଉଛି । ଜୁନ୍ ୨୨ ତାରିଖରେ ମଧ୍ୟ ଚୀନ୍ ଠାରୁ ପାକିସ୍ତାନ ୨.୩ ମିଲିୟନ୍ ଡଲାର୍ ଋଣ ନେଇଛି । ରିପୋର୍ଟରୁ ଜଣାପଡିଛି ଯେ ଚିନ ପାଖରୁ ଆଣୁଥିବା ଋଣ ପରିଶୋଧ କରିବାକୁ ନେଇ ପାକିସ୍ତାନ ନିଜର ଅଧିକୃତ କାଶ୍ମୀରର ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳକୁ ଚିନ୍କୁ ଲିଜ୍ ଆକାରରେ ଦେଇପାରେ । ଅଲ ଆରବିଆ ପୋଷ୍ଟ ସହିତ କଥାବାର୍ତ୍ତା କରି କରାକୋରାମ ଜାତୀୟ ଆନ୍ଦୋଳନର ସଭାପତି ମୁମତାଜ ନଗରି ଭୟ କରିଛନ୍ତି ଯେ ପୂର୍ବରୁ ବିଚ୍ଛିନ୍ନ ତଥା ଅବହେଳିତ ଗିଲଗିଟ-ବାଲ୍ଟିସ୍ତାନ ଭବିଷ୍ୟତରେ ବିଶ୍ୱ ଶକ୍ତି ପାଇଁ ଏକ ଯୁଦ୍ଧ କ୍ଷେତ୍ର ହୋଇପାରେ । ପାକିସ୍ତାନ ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳକୁ ଚୀନ୍କୁ ହସ୍ତାନ୍ତର କରିପାରେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି । ସମ୍ପୂର୍ଣ୍ଣ ପାକିସ୍ତାନ ସରକାର ଓ ସାମରିକ ନିୟନ୍ତ୍ରଣ ସତ୍ତ୍ୱେ ପାକିସ୍ତାନ ପାଇଁ ଏଭଳି ପଦକ୍ଷେପ ନେବା ସହଜ ହେବ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳ ପାକିସ୍ତାନର ବେଆଇନ ଦଖଲରେ ଅଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ପାକିସ୍ତାନ ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳକୁ ଚୀନ୍କୁ ହସ୍ତାନ୍ତର କରେ, ତେବେ ଏହା ଡ୍ରାଗନ୍ ପାଇଁ ଏକ ବରଦାନ ପରି ହେବ । ରିପୋର୍ଟରେ ଦର୍ଶାଯାଇଛି ଯେ ବର୍ତ୍ତମାନର ଅର୍ଥନୈତିକ ସଙ୍କଟ ଦୂର କରିବା ପାଇଁ ଏହି ପଦକ୍ଷେପ ଇସଲାମାବାଦକୁ ବହୁ ପରିମାଣର ଅର୍ଥ ଆଣି ଦେଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking