38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଟିଭିଏସ ଜୁପିଟର ୧୨୫ ବନାମ ଟିଭିଏସ ଏନଟର୍କ ୧୨୫

ଟିଭିଏସ ଜୁପିଟର ୧୨୫ ବନାମ ଟିଭିଏସ ଏନଟର୍କ ୧୨୫

ନୂଆଦିଲ୍ଲୀ:  ଟିଭିଏସ ଜୁପିଟର ଯେବେଠୁ ଭାରତରେ ଲଂଚ ହୋଇଛି ସେବେଠୁ ଏହି ସ୍କୁଟରର ପ୍ରାୟ ୪୫ ଲକ୍ଷରୁ ଅଧିକ ୟୁନିଟସ ବିକ୍ରି ହୋଇସାରିଛି । ଏବେ ଯାଏଁ ଏହି ସ୍କୁଟର ୧୧୦ସିସିରେ ଥିଲା ଏବଂ ଲୋକଙ୍କୁ ୧୨୮୫ସିସି ସ୍କୁଟର ଆଡକୁ ଅପଗ୍ରେଡ ହେଉଥିବା ଦେଖି ଟିଭିଏସ ଏହି ସେଗମେଣ୍ଟରେ ଜୁପିଟର୧୨୫କୁ ପ୍ରବେଶ କରିଛି । ଆପଣମାନେ ଜାଣିଥିବେ ଯେ, ଟିଭିଏସ ନିକଟରେ ଏନଟର୍କ୧୨୫ ପୂର୍ବରୁ ଏହି ସେଗମେଣ୍ଟରେ ରହିଛି ଏବଂ ଏବେ ଜୁପିଟର ୧୨୫ ବି ଆସିସାରିଛି । ତେବେ ନୂଆ ଜୁପିଟର ୧୨୫ ପୁରୁଣା ଜୁପିଟର ଭଳି ନୁହେଁ । ନା ଏଥିରେ ଏନଟର୍କ ର ଇଂଜିନ ଦିଆଯାଇଛି ନା ଏହାକୁ ଜୁପିଟର ୧୧୦ ଭଳି ଫିଚର୍ସ ସହିତ ବନା ଯାଇଛି । ଟିଭିଏସ ଜୁପିଟର ୧୨୫ ସଂପୂର୍ଣ୍ଣ ଭାବରେ ନୂଆ । ପ୍ରିମିୟମ ଲୁକ ଦେବା ପାଇଁ କମ୍ପାନୀ ସ୍କୁଟରର ଚାରିପଟେ କ୍ରୋମ ଏକ୍ସଟେଂଟସ ବ୍ୟବହାର କରିଛି । ଏଲଇଡି ହେଡଲାଇଟ ମଧ୍ୟ ଆପଣ ପାଇବେ । ଫ୍ରଣ୍ଟ ଆପ୍ରନରେ ଦୁଇ ପଟେ କ୍ରୋମ ଏକ୍ସଟେଣ୍ଟସର ମୋଟା ପରସ୍ତ ଓ ମଧ୍ୟରେ ଏଲଇଡି ଡିଆରଏଲ ସହିତ ଇଣ୍ଡିକେଟର୍ସ ଆପଣ ଦେଖିବାକୁ ପାଇବେ । ଯାହା ଏହି ସ୍କୁଟରକୁ ଫ୍ରେଶ ଲୁକ ଦିଏ । କମ୍ପାନୀ ଏଥିରେ ୧୨ ଇଂଚର ଡାଇମଣ୍ଡ କଟ ଏଲୟେ ହ୍ୱିଲସ ଦେଇଛି । ଏଥିରେ ୫ ଲିଟରର ଫୁଏଲ ଟ୍ୟାଙ୍କ ଦିଆଯାଇଛି । ପ୍ରାୟ ୩୨ ଲିଟରର ବୁଟ ସ୍ପେସ ତଥା ଅଣ୍ଡର ସିଟ ଷ୍ଟୋରେଜ ମିଳିଥାଏ ।
ସେହିପରି ଏନଟର୍କ ୧୨୫ ସ୍କୁଟରରେ ୧୨୪.୮ସିସି, ଟିନୋଟି ବଲବ, ସିଙ୍ଗଲ ସିଲିଣ୍ଡର, ଫ୍ୟୁଏଲ ଇଞ୍ଜେକ୍ଟଡ ଇଂଜିନ ଓ ୧୦.୫ ଏନଏମର ପାୱାର ଜେନେରେଟ କରିଥାଏ । ପ୍ରାଇମ ଫିଚର୍ସରେ ସ୍ମାର୍ଟଫୋନ ବ୍ଲୁଟୁଥ କନେକ୍ଟିଭିଟି ଓ ଏକ ଇଂଜିନ କିଲ ସ୍ୱିଚ ସହିତ ଆସେ । ସେହିପରି ଏହାର ରେସ ଏଡିସନ ସ୍କୁଟର ହାଜାର୍ଡ ଲ୍ୟାମ୍ପସ ସହିତ ଆସେ । ଏଥିରେ ଏଲଇଡି ହେଡଲ୍ୟାମ୍ପ ମିଳିଥାଏ । ଏଥିରେ ସ୍ପୋର୍ଟି ଲୁକ ଥିବା ବେଳେ ଗ୍ରାଫିକ୍ସ ବି ଖୁବ ଭଲ ରହିଛି । ବର୍ତମାନ ଏହା ସୋରୁମରେ ୪ଟି ଭାରିଏଣ୍ଟ-ଡ୍ରମ, ଡିସ୍କ, ରେସ ଏଡିସନ ଓ ସୁପର ସ୍ୱାଡ ଏଡିସନରେ ଉପଲବ୍ଧ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking