ଚେନ୍ନାଇ: ବିଜୟଙ୍କୁ ଘାରିଲା ଚିନ୍ତା, ବଢିଲା ତାମିଲନାଡୁ ଭୋଟ ସସପେନ୍ସ । ମୁଖ୍ୟମନ୍ତ୍ରୀ ଭାବେ ଏବେ ଶପଥ ନେଇପାରିବେନି ବିଜୟ । ୨ୟ ଥର ଭେଟିବା ପରେ ରାଜ୍ୟପାଳ ପ୍ରଥମେ ବହୁମତ ପାଇଁ କହିଲେ । ୧୧୮ ବିଧାୟକଙ୍କ ଦସ୍ତଖତ ସହ ଆସିବାକୁ କହିଲେ ରାଜ୍ୟପାଳ । ଶପଥ ପୂର୍ବରୁ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଥାଉକି, ଚଳିତ ବର୍ଷ ତାମିଲନାଡୁ ନିର୍ବାଚନରେ ଟିଭିକେ ମୁଖ୍ୟ ବିଜୟ ୧୦୮ଟି ସିଟରେ ଜିତିଛନ୍ତି । ତେବେ ତାଙ୍କୁ ୧୧୮ଟି ଭୋଟ ଆବଶ୍ୟକ ରହିଛି । ଯଦିଓ ଟିଭିକେକୁ କଂଗ୍ରେସ ସମର୍ଥନ ପ୍ରତିଶ୍ରୁତି ଦେଇଛି ଏବଂ ଅନ୍ୟମାନେ ମଧ୍ୟ ଯୋଗ ଦେବେ ବୋଲି ଆଶା କରାଯାଉଛି ଏବେ ବି କିନ୍ତୁ ସଂଘର୍ଷ କରୁଛି ବିଜୟଙ୍କ ଟିଭିକେ ଦଳ । ଏଆଇଡିଏମକେ ତାର ୧୫ ବିଧାୟକଙ୍କୁ ପଡୋଶୀ ପୁଡୁଚେରୀର ଏକ ରିସର୍ଟକୁ ସ୍ଥାନାନ୍ତର କରିଛି । ଟିଭିକେ ମଧ୍ୟ ତାର ବିଧାୟକମାନଙ୍କୁ ଏକାଠି ରହିବା ପାଇଁ ମାମଲାପୂରମର ଏକ ରିସର୍ଟକୁ ସ୍ଥାନାନ୍ତର କରିଥିବା କଥା ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ବଢିଛି ଘୋଡା ବେପାରର ଆଶଙ୍କା ।










