24.1 C
Bhubaneswar
Tuesday, May 24, 2022
Homeଦେଶ ବିଦେଶଆଗ୍ରା ଅଭିମୁଖେ ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପରିବାର

ଆଗ୍ରା ଅଭିମୁଖେ ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପରିବାର

ଅହମଦାବାଦ: ସାବରମତୀ ଆଶ୍ରମ ପରିଦର୍ଶନ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଫାଷ୍ଟ୍ ଲେଡି ମେଲାନିଆ ଟ୍ରମ୍ପ୍ ଅହମଦାବାଦସ୍ଥିତ ମୋଟେରା ଷ୍ଟାଡିୟମରେ ପହଞ୍ଚିଥିଲେ । ମୋଟରା ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସାରି ସଙ୍ଗେ ସଙ୍ଗେ ତାଜମହଲ ଅଭିମୁଖେ ବାହାରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ସେଠାରେ‘ନମସ୍ତେ ଟ୍ରମ୍ପ୍’ରେ ନିଜ ଯାଦୁ ଦେଖାଇବା ପରେ ପ୍ରେମର ପ୍ରତୀକ ତଥା ପୃଥିବୀର ସପ୍ତଆଶ୍ଚର୍ଯ୍ୟରେ ସ୍ଥାନିତ ଥିବା ଆଗ୍ରାର ତାଜମହଲ ଅଭିମୁଖେ ବାହାରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ପରିବାର ।
ଆଗ୍ରାରେ ପହଁଞ୍ଚି ତାଜ ମହଲ ପରିଦର୍ଶନ କରିବେ ଟ୍ରମ୍ପ ଓ ତାଙ୍କ ପରିବାର । ତେବେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ଲକ୍ଷ୍ୟ ରଖି ଆଗ୍ରାରେ ମଧ୍ୟ ଅଦଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେଠାରୁ ଆଗ୍ରାର ତାଜମହଲ ପରିଦର୍ଶନ କରି ଦିଲ୍ଲୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି ଟ୍ରମ୍ପ ।
https://onakhabar.com/2020/02/24/ronald-tromp/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking