34.1 C
Bhubaneswar
Thursday, March 28, 2024
Homeଓଡିଶାଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ବେଧଡକ ବନ୍ୟଜନ୍ତୁ ଶିକାର

ଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ବେଧଡକ ବନ୍ୟଜନ୍ତୁ ଶିକାର

ମୟୁରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ବେଧଡକ ବନ୍ୟଜନ୍ତୁ ଶିକାର । ଶିକାର କରି ଫେରୁଥିବା ବେଳେ ଜଣେ ଶିକାରୀକୁ ବନବିଭାଗ ଧରିଥିବାବେଳେ ଘଟଣାସ୍ଥଳରୁ ୭ରୁ ଅଧିକ ଶିକାରୀ ଖସିପଳାଇଥିବା ଜଣାପଡ଼ିଛି । ଗିରଫ ଶିକାରୀ ନିକଟରୁ ମାଂସ, ବନ୍ଧୁକ ସହିତ ଧନୁତୀର ଜବତ ହୋଇଛି ।
ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଂଚଳ ଅଧିନ ଆଠପଡା ଅଂଚଳରେ ଗତକାଲି ରାତିରେ ବନବିଭାଗ ଚଢାଉ କରିଥିଲା । ଏହି ସମୟରେ ଶିମିଳିପାଳରୁ ଶିକାର କରି ଫେରୁଥିବା ବେଳେ ଜଣେ ଶିକାରୀକୁ ବନବିଭାଗ ଗିରଫ କରିଥିଲା । ଗିରଫ ଶିକାରୀ ନିକଟରୁ ୫୦ କିଲୋ ସମ୍ବର ମାଂସ ସହିତ ଗୋଟିଏ ଦେଶୀ ବନ୍ଧୁକ, ଧନୁ ଏବଂ ଧନୁତୀର ଜବତ କରିଛି । ଗିରଫ ଶିକାରୀ ହେଲେ ଆଠପଡା ଗ୍ରାମର ମୋହନ ହାଁସଦା ।ସବୁଠାରୁ ଆଶ୍ଚର୍ଯ୍ୟର କଥା, ଶିମିଳିପାଳରେ ଏବେ ବେଧଡକ ଶିକାର ଚାଲିଥିବା ବେଳେ ଏହାର ଟେର ପାଉନାହିଁ ବନବିଭାଗ । ଯାହାକି ବନବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking