27.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଦନ୍ତାହାତୀ

ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଦନ୍ତାହାତୀ

ଭୁବନେଶ୍ୱର : ଗତ ତିନି ଦିନ ହେଲା ପିପିଲି, ଡେଲାଙ୍ଗ ଏବଂ ନିମାପଡା ଅଞ୍ଚଳରେ ଘୁରି ବୁଲୁଥିବା ନରହନ୍ତା ହାତୀ ବନବିଭାଗକୁ ଚକମା ଦେଇ ଭୁବନେଶ୍ୱର ଉପକଣ୍ଠରେ ପହଞ୍ଚିଥିବା ଜଣାପଡିଛି । ଆଜି ସକାଳେ ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଦନ୍ତାହାତୀ ଠାବ ହୋଇଛି । ହାତୀଟି ଆୟୁର୍ବେଦିକ ଉଦ୍ୟାନ ଭିତରେ ପଶି ରହିଛି । ହାତୀ ହାବୁଡ଼ରେ ପଡ଼ି ଫୁଲେଶ୍ୱରୀ ବସ୍ତିର ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି ।
ବନ ବିଭାଗ କର୍ମଚାରୀ ଆୟୁର୍ବେଦିକ ଜଙ୍ଗଲରେ ଥିବା ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ତେବେ ସନ୍ଧ୍ୟା ବେଳକୁ ତାକୁ ଚନ୍ଦକା ଭିତରକୁ ଘଉଡ଼ାଇ ଦିଆଯିବ ବୋଲି ସୂଚନା ମିଳିଛି । ଘାଟିକିଆରେ ଥିବା ହାତୀଟି ପିପିଲିରେ ଲୋକଙ୍କୁ ମାରିଥିବା ହାତୀ କି ନାହିଁ, ସେନେଇ କିଛି ସ୍ପଷ୍ଟ ହୋଇନଥିବା ବନ ବିଭାଗ ଅଧିକାରୀ କହିଛନ୍ତି ।
ତେବେ ଗଙ୍ଗୁଆ ନଦୀ ପାର ହୋଇ ହାତୀଟି ଭୁବନେଶ୍ୱର ଆସିଥିବା ସନ୍ଦେହ କରାଯାଉଛି । ଡେଲାଙ୍ଗ, ଖୋର୍ଦ୍ଧା, ଟାଙ୍ଗୀ , ବାଲିପାଟଣା ଓ ଗୋପ ବନବିଭାଗ ଟିମ୍ ସହ ପିପିଲି ଓ ବଳଙ୍ଗା ପୁଲିସ, ହାତୀକୁ କାବୁ କରିବାକୁ ଉଦ୍ୟମ କରୁଛନ୍ତି । ହାତୀ ଘଉଡ଼ାଇବାରେ ବନବିଭାଗର ୭୦ କର୍ମଚାରୀ ଲାଗିଛନ୍ତି । ଡାକବାଜି ଯନ୍ତ୍ରରେ ବାହାରକୁ ନ ବାହାରିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କୁହାଯାଉଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking