32.1 C
Bhubaneswar
Monday, May 20, 2024
Homeଓଡିଶାଟ୍ରକ ଓ ବାଇକ ଧକ୍କା, ୧ ମୃତ

ଟ୍ରକ ଓ ବାଇକ ଧକ୍କା, ୧ ମୃତ

ଜୟପୁର: ଜୟପୁର ଏୟାରପୋର୍ଟ ଛକରେ ବାଇକ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ନିର୍ମଳ ଦେ । ସୂଚନାନୁଯାୟୀ, ଉଭୟ ଟ୍ରକ ଓ ବାଇକ ଜୟପୁର ଅଭିମୁଖେ ଆସୁଥବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ଜୟପୁର ସଦର ପୁଲିସ ପହଞ୍ଚି ଶବକୁ ଜବତ କରି ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି । ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଏୟାରପୋର୍ଟ ଛକରେ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା । ସଦର ପୁଲିସ ପହଞ୍ଚି ବୁଝାସୁଝା କରିବାରୁ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧରୁ ଓହରିଥିଲେ । ଏନେଇ ପୁଲିସ ଟ୍ରକକୁ ଜବତ କରିବା ସହ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking