31.1 C
Bhubaneswar
Monday, May 20, 2024
Homeଅପରାଧଗୁଳି ମାଡ଼ କରି ମହିଳାଙ୍କୁ ହତ୍ୟା ଉଦ୍ୟମ, ବନ୍ଧୁକ ଜବତ

ଗୁଳି ମାଡ଼ କରି ମହିଳାଙ୍କୁ ହତ୍ୟା ଉଦ୍ୟମ, ବନ୍ଧୁକ ଜବତ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ କାଦୋଗୁଡ଼ା ଗ୍ରାମରେ ଅଚିହ୍ନା ବ୍ୟକ୍ତିର ଦେଶୀ ବନ୍ଧୁକ ଛଲରା ମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ରୁକ୍ମିଣୀ ମହନ୍ତ । ବାରକୋଟ ଥାନା ପୁଲିସ ଆଜି ତଦନ୍ତ ବେଳେ ଗୁଳିମାଡ଼ର ଶିକାର ରୁକ୍ମିଣୀଙ୍କ ଘରଠାରୁ ଅଳ୍ପ ଦୂରରେ ଅଭିଯୁକ୍ତ ବ୍ୟବହାର କରିଥିବା ବନ୍ଧୁକକୁ ଉଦ୍ଧାର କରିଛି । ଅନ୍ୟପଟେ ଗୁରୁତର ମହିଳା ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ଆଜି ତାଙ୍କ ସମ୍ପର୍କୀୟ ଭାଇ ହିମାଂଶୁ ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ସେହିପରି ଘଟଣାର ସମ୍ପୃକ୍ତ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, କଦୋଗୁଡ଼ା ଗ୍ରାମର ରାଜେଶ ମହନ୍ତଙ୍କ ସ୍ତ୍ରୀ ରୁକ୍ମିଣୀ ଗତକାଲି ସନ୍ଧ୍ୟାରେ ଘରେ ରୋଷେଇ କରୁଥିବାବେଳେ କେହିଜଣେ ବ୍ୟକ୍ତି ଆସି ରୁକ୍ମିଣୀଙ୍କ ଉପରକୁ ଏକ ଦେଶୀ ବନ୍ଧୁକ ଫୁଟାଇ ଥିଲେ । ଫଳରେ ବନ୍ଧୁକରୁ ଗୁଳି ବାହାରି ରୁକ୍ମିଣୀଙ୍କ ବାମ ଗୋଡ଼ରେ ପଶି ବାହାରି ଯାଇଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ ରୁକ୍ମିଣୀଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାରକୋଟ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ତାନାନ୍ତର କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking