ଭବାନୀପାଟଣା : ସହିଦ୍ ରେଣ୍ଡୋ ମାଝୀ ସ୍ମୃତି ପରିଷଦ ତରଫରୁ ଆଜି ଅମର ବୀର ସହିଦ୍ ରେଣ୍ଡୋ ମାଝୀ ଏବଂ ଅନ୍ୟ ବୀର ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭବାନୀପାଟଣା ରେଳ ଷ୍ଟେସନ ରାସ୍ଥା ଡଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାର୍ଶ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ସହିଦ୍ ରେଣ୍ଡୋ ମାଝୀ ଓ ଅନ୍ୟ ସାଥି ସହିଦ୍ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସହିଦ୍ ରେଣ୍ଡୋ ମାଝୀ ସ୍ମୃତି ପରିଷଦ ର ସଭାପତି ଶ୍ରୀ ଆଦିତ୍ୟ ନନ୍ଦ ଓ ଆବାହକ ଶ୍ରୀ ଅବିନାଶ ଠାକୁରଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବି ଗଙ୍ଗାଧର, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀ ଦୁର୍ଗା ମହାରଣା, ଭବାନୀପାଟଣା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ବମ୍ବର ମିଶ୍ର ଯୋଗଦେଇ ଥିଲେ ।ଯୁବନେତା ଶ୍ରୀ ସତ୍ୟବାଦୀ ନାଏକ ପ୍ରାରମ୍ଭିକ ଭାଷଣ ଦେଇଥିଲେ ।