26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରକ୍ତ ବଢାଇବାଠାରୁ ଆରମ୍ଭ କରି ଇମ୍ୟୁନିଟି ଶକ୍ତି ବୃଦ୍ଧି ଯାଏଁ , ଜାଣନ୍ତୁ ଗୁଡର ଏହି...

ରକ୍ତ ବଢାଇବାଠାରୁ ଆରମ୍ଭ କରି ଇମ୍ୟୁନିଟି ଶକ୍ତି ବୃଦ୍ଧି ଯାଏଁ , ଜାଣନ୍ତୁ ଗୁଡର ଏହି ସବୁ ଫାଇଦା

ଭୁବନେଶ୍ୱର: ଗୁଡକୁ ଚିନିର ବିକଳ୍ପ ବୋଲି କୁହାଯାଏ । କାରଣ ଗୁଡରେ ପ୍ରାକୃତିକ ମିଠା ରହିଥାଏ । ଯାହା ଖାଦ୍ୟକୁ ମିଠା କରାଇବା ସହିତ ଶରୀର ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ବିଶେଷ କରି ଶୀତ ଦିନରେ ଗୁଡର ବହୁଳ ବ୍ୟବହାର କରାଯାଏ । ଗୁଡରେ ପ୍ରୋଟିନ, କୋଲିନ, ବିଟେନ, ଭିଟାମିନ ବି୧୨, ବି୬, ଫୋଲେଟ, କ୍ୟାଲସିୟମ, ଆଇରନ, ଫସଫରସ, ମ୍ୟାଗ୍ନେସିୟମ, ସେଲୋନିୟମ, ମାଙ୍ଗାନିଜ ଓ କାର୍ବୋହାଇଡ୍ରେଟ ରହିଥାଏ । ଏହାର ଏହି ସବୁ ଗୁଣ ପାଇଁ ଏହାକୁ ସୁପର ସ୍ୱିଟନେର ବି କୁହାଯାଏ । ତାହେଲେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ।
ଆସ୍ଥମା ଓ ବ୍ରୋଙ୍କାଇଟସ ରୋକିବା କାମ କରେ ଗୁଡ । ଯେଉଁ ବ୍ୟକ୍ତିଙ୍କୁ ଶ୍ୱସନ ସଂକ୍ରମଣ ସହିତ ଶ୍ୱାସ ଜନିତ କୌଣସି ରହିଥାଏ, ସେମାନେ ଗୁଡ ଖାଇବା ନିହାତି ଜରୁରୀ । ଧଳା ରାଶି ସହ ଗୁଡ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
ଏହାକୁ ବାଦ ଦେଲେ ଓଡନ ହ୍ରାସ କରିବାରେ ବି ଏହା ମୁଖ୍ୟ ଭୂମିକା ଗ୍ରହଣ କରେ । ଗୁଡରେ ପୋଟାସିୟମ ମାତ୍ରା ଭରପୂର ରହିଥାଏ, ଯାହା ଇଲେକ୍ଟ୍ରୋଲାଇଟସକୁ ସନ୍ତୁଳିତ କରେ , ମେଟାବୋଲିଜିମ ବଢାଏ ଓ ମାସଂପେଶୀଗୁଡିକୁ ମଜଭୂତ କରିଥାଏ । ତେବେ ଓଜନ ହ୍ରାସ କରିବାରେ ପୋଟାସିୟମ ମୁଖ୍ୟ ଭୂମିକା ଗ୍ରହଣ କରେ ।
ଏଥିରେ ପୋଟାସିୟମ ଓ ସୋଡିୟମ ମାତ୍ରା ଅଧିକ ରହିଥିବାରୁ ଶରୀରରେ ଏସିଡ ସ୍ତର ସମାନ ରଖିବାରେ ସାହାଯ୍ୟ କରେ । ଫଳରେ ରକ୍ତ ଚାପ ସ୍ତର ସାମାନ୍ୟ ରହିଥାଏ । ଯାହାର କମ୍ ରକ୍ତ ଚାପ ରହିଛି ସେମାନେ ଗୁଡ ଖାଇବା ଉଚିତ୍ ।
ଏସବୁ ବ୍ୟତୀତ ଥଣ୍ଡା, ସର୍ଦ୍ଦି ଓ ଫ୍ଲୁ ସମୟରେ ବି ଗୁଡ କମାଲ କରିଥାଏ । ଏହା ଶରୀର ମଧ୍ୟରେ ଗରମ ଉତ୍ପନ୍ନ କରିଥାଏ, ଯାହା ଫ୍ଲୁ ସହ ଲଢିବାରେ ସହାୟକ ହୁଏ । ଅଧିକ ଫାଇଦା ପାଇଁ ଆପଣ ଗରମ କ୍ଷୀର ସହ ଗୁଡ ମିଶାଇ ପିଅନ୍ତୁ । ଦରକାର ପଡିଲେ ଆପଣ ଏହାର ଚା କରି ମଧ୍ୟ ପିଇ ପାରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking