41.1 C
Bhubaneswar
Sunday, April 28, 2024
Homeଓଡିଶାଦଳିତ ଆଦିବାସୀମାନଙ୍କୁ ନିର୍ଯ୍ୟାତନା ଚରମ ସୀମାରେ

ଦଳିତ ଆଦିବାସୀମାନଙ୍କୁ ନିର୍ଯ୍ୟାତନା ଚରମ ସୀମାରେ

*ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ନିଯୁକ୍ତି କ୍ଷେତ୍ରରେ ଦଳିତଙ୍କୁ ଉପେକ୍ଷା*

 

*ସାମ୍ବିଧାନିକ ଅଧିକାର ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ଅନୁସୂଚିତ ଜାତ ପ୍ରତିିନିଧି ଦଳ*

 

ଭୁବନେଶ୍ୱର –  ରାଜ୍ୟର ଦଳିତ ଆଦିବାସୀମାନଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନ ଚରମସୀମାରେ ପହଂଚିଛି । ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ଆଦି କ୍ଷେତ୍ରରେ ମୌଳିକ ଅଧିକାରରୁ ବଂଚିତ ହେଉଥିବାରୁ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦଳିତ ବିରୋଧି ମନୋଭାବର ପ୍ରତିବାଦ ଓ ସମସ୍ୟାର ସମାଧାନ ସଂପର୍କରେ ଆଜି ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ପିସିସିି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ୧୪ ଦଫା ଦାବି ନେଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।  ରାଜ୍ୟରେ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଦଳିତ ଓ ଆଦିବାସୀ ପରିବାରକୁ ଜମିପଟ୍ଟା ନମିଳିବାରୁ ସେମାନେ ସରକାରୀ ଯୋଜନା, ଶିକ୍ଷା କ୍ଷେତ୍ରରେ ଛାତ୍ରବୃତି ପାଇବା କ୍ଷେତ୍ରରେ ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହେଉଛନ୍ତି । କେନ୍ଦ୍ର ସରକାର ଛାତ୍ରବୃତିକୁ ହ୍ରାସ କରିିଥିବାରୁ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଏହାକୁ ତୀବ୍ର ସମାଲୋଚନା କରାଯାଇଛି । ଛାତ୍ରବୃତି ବୃଦ୍ଧି ଓ ତାକୁ ଠିକଣା ସମୟରେ ପ୍ରଦାନ କରିବା । ରାଜ୍ୟରେ ପ୍ରତି ଦଳିତ ଓ ଆଦିବାସୀ ଗ୍ରାମକୁ ସଡ଼କ, ବିଜୁଳି ଏବଂ ପିଇବାର ପାଣି, ପାଇଖାନା ପ୍ରଭୃତି ଯୋଗାଇ ଦେବା । ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ଆଦିିବାସୀ ଓ ଦଳିତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ । ସରକାରୀ ସ୍ତରରେ ଖାଲିପଡ଼ିଥିବା ଦଳିତ ଓ ଆଦିବାସୀମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ବିଭିନ୍ନ ପଦପଦବୀରେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ନିଯୁକ୍ତି ଦେବା । ଦଳିତ ଓ ଆଦିବାସୀ ନିର୍ଯ୍ୟାତନା ନିବାରଣ ଆଇନ୍‌କୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବା । ବେସରକାରୀ ଉଦ୍ୟୋଗ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଆଇନ୍‌କୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବା । ବେସରକାରୀ ଉଦ୍ୟୋଗ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଆଇନକୁ ଲାଗୁ କରିବା । ଉଚ୍ଚଶିକ୍ଷା ନିମନ୍ତେ ଦଳିତ ଓ ଆଦିବାସୀମାନଙ୍କ ପାଇଁ ପର୍ଯ୍ୟାପ୍ତ ହଷ୍ଟେଲ ନିର୍ମାଣ କରିବା । ରାଜ୍ୟରେ ଅନୁସୂଚିତ ଜାତି କମିଶନ ସ୍ଥାପନ କରିବା । ରାଜ୍ୟ ସରକାର ଚିଲିକା ବିଲ୍‌କୁ ବିଧାନସଭାରେ ଉପସ୍ଥାପନ କରିବା ପ୍ରଭୃତି ୧୪ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମହାମହିମ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ସହିତ ତାଙ୍କୁ ପ୍ରଦାନ କରାଯାଇଥିଲା ।

ଉକ୍ତ ପ୍ରତିନିଧି ମଣ୍ଡଳୀରେ ଅଖିଳ ଭାରତ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ସଂଯୋଜକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ହିତେନ୍ଦ୍ର ପିଠାଡିଆ, ରାଜ୍ୟ କଂଗ୍ରେସ ଅନୂସୂଚିତ ଜାତି ବିଭାଗର କର୍ମକର୍ତା ରଞ୍ଜନ ବେହେରା, ତାପସ ସେଠୀ, ଜୟନ୍ତ ଭୋଇ, ଦୁର୍ଯ୍ୟୋଧନ ବେହେରା, ନରୋତମ ନାଏକ, ପ୍ରତିମା ମଲ୍ଲିକ, ଜାନକି ମଲ୍ଲିକ, ଦେବେନ୍ଦ୍ର ଦାସ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking