28.1 C
Bhubaneswar
Friday, April 26, 2024
Homeଓଡିଶା୬୧ ନମ୍ବର ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ସରକାରୀ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ

୬୧ ନମ୍ବର ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ସରକାରୀ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ

ଭୁବନେଶ୍ୱର: ବାଲେଶ୍ୱରରେ ଚିହ୍ନଟ କୋରନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ଟ୍ରାଭେଲ ହିଷ୍ଟ୍ରିକୁ ଦେଖିଲେ ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । ଟ୍ରାଭେଲ ହିଷ୍ଟ୍ରିରେ ଯାହା ତଥ୍ୟ ଦିଆଯାଇଛି ତାହା ଯଦି ଭୁଲ ହୋଇନଥାଏ, ତେବେ ଏହା ଅତ୍ୟନ୍ତ ସାଘାଂତିକ ବିଷୟ । ପ୍ରଶାସନିକ କ୍ଷତ୍ରରେ କେଉଁଠି ତ୍ରୁଟି ରହିଛି ତାହା ସରକାର କରିବା ଦରକାର ।
ଏଥିରେ ଦର୍ଶା ଯାଇଛି ବାଲେଶ୍ୱରର ୫୮ ବର୍ଷୀୟ କରୋନା ବ୍ୟକ୍ତି ଜଣକ ମାର୍ଚ୍ଚ ୧୩ରୁ ଏକ ଗାଡି ଭଡା କରି ଝାଡଖଣ୍ଡ ଯାଇଥିଲେ ଏବଂ ସେହି ଦିନ ଫେରିଆସିଥିଲେ । ଜ୍ୱର ହେବାରୁ ସେ ଏପ୍ରିଲ ୭ ତାରିଖରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଜ ସ୍କୁଟିରେ ଚିକିତ୍ସିତ ହେବାକୁଯାଇଥିଲେ ଏବଂ ୮ ତାରିଖରେ ଫେରିଥିଲେ । ଏହାପରେ ସେ ଗାଡି ଭଡା କରି ବାଲେଶ୍ୱର ଡାକ୍ତରଖାନାରୁ ସିଧା ଭୁବନେଶ୍ୱର ଆପୋଲ ହସ୍ପିଟାଲକୁ ଆସିଥିଲେ । ୧୪ ତାରିଖରେ ଆପୋଲ ହସ୍ପିଟାଲ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । କ୍ୟାପିଟାଲ ହସ୍ପିଟାଲ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ପଠାଇଥିଲେ । ସେ ଏକ ଭଡା ଗାଡିରେ ଆସିଥିଲେ । ଏପ୍ରିଲ ୧୪ରୁ ୧୬, ସେ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଲେ । ତାଙ୍କୁ ସେଠାରୁ ଡିସଚାର୍ଜ କରାଗଲା । ସେ ଘରକୁ ନଯାଇ ଏମସକୁ ୧୬ ତାରିଖରେ ଭର୍ତି ହେଲେ । ୧୬ ତାରିଖରେ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପଠାଗଲା । ୧୮ ତାରିଖରେ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡିଲା ଏବଂ ଘୋଷଣା କରାଗଲା ।

ଏଥିରୁ ଜଣାପଡୁଛି ସରକାରଙ୍କ ଏହି ତଥ୍ୟକୁ ଦେଖିଲେ, କରୋନା ଚିକିତ୍ସାରେ କେଉଁଠି ନା କେଉଁଠି ତ୍ରୁଟି ରହୁଛି । ବାଲେଶ୍ୱରରୁ ଆରମ୍ଭ କରି କିମ୍ସ କୋଭିଡ ହସ୍ପିଟାଲ ପର୍ଯ୍ୟନ୍ତ ସଂପୃକ୍ତ କରୋନା ରୋଗୀ ଯାଇଥିଲେ ମଧ୍ୟ କିଭଳି ଭାବରେ ତାଙ୍କର ରକ୍ତ ନମୁନା କିପରି ସଂଗ୍ରହ କରାଯାଇ ପରୀକ୍ଷା କରାନଗଲା ଓ ସେ ଏମସୁକୁ ଆସିଲା ପରେ ପରୀକ୍ଷା କରାଗଲା ତାହା ସରକାରଙ୍କ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସର୍ବପରି କ୍ୟାପିଟାଲ ହସ୍ପିଟାଲରୁ କିମ୍ସ କୋଭିଡ ହସ୍ପିଟାଲରେ ୨ ଦିନ ଚିକିତ୍ସିତ ହେବା ପରେ କିପରି ସୂଚନା ମିଳିଲା ନାହିଁ ଏବଂ ତାଙ୍କୁ ଡିସଚାର୍ଜ କରାଗଲା ତାହା ମଧ୍ୟ ବଡ ପ୍ରଶ୍ନ ହୋଇ ଉଇଁଛି । ଏଣୁ ସରକାର ଏ ଦିଗରେ ପ୍ରକୃତ ତଥ୍ୟ କଣ ତାହା ସ୍ପଷ୍ଟ କରିବା ଦରକାର । ନଚେତ ସରକାରୀ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି କୁହାଯାଉଛି । କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ଯଦି ରୋଗ ଧରାଯାଇନପାରୁଛି, ତେବେ କୁଆଡେ ଯିବ ରୋଗୀ ବୋଲି ପ୍ରଶ୍ନ ଉଠୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking