25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶମହଙ୍ଗା ପଡିଲା ଫେସବୁକ ବିଜ୍ଞାପନ ଦେଖି ଟ୍ରେଡିଂ

ମହଙ୍ଗା ପଡିଲା ଫେସବୁକ ବିଜ୍ଞାପନ ଦେଖି ଟ୍ରେଡିଂ

ବେଙ୍ଗାଲୁରୁ: ଅନଲାଇନ କାରବାର ବଢିବା ସହ ଅନଲାଇନ ଠକ ମଧ୍ୟ ମାତିଛନ୍ତି । ତମାମ ସଚେତନତା ସତ୍ତ୍ୱେ ମଧ୍ୟ ଅନଲାଇନ ଫ୍ରଡ ମାମଲାରେ ରୋକ ଲାଗୁନି । ସୋସିଆଲ ମିଡିଆ ଆପ ‘ଫେସବୁକ’ରେ ବିଜ୍ଞାପନ ଦେଖି ଟ୍ରେଡିଂ କରିବା ଜଣେ ବୃଦ୍ଧ ବ୍ୟବସାୟୀଙ୍କ କ୍ଷେତ୍ରରେ ମହଙ୍ଗା ସାବ୍ୟସ୍ତ ହୋଇଛି । ଲକ୍ଷେ କି କୋଟିଏ ନୁହେଁ ବରଂ ୬ କୋଟି ଟଙ୍କା ସମ୍ପୃକ୍ତ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଖାଲି ହୋଇଯାଇଛି । ଏବେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା କରି ତଦନ୍ତ ଆରମ୍ଭ କରିଛି । ସାଇବର ସେଲର ସହାୟତାରେ ପୋଲିସ ତଦନ୍ତ ଜାରି ରଖି କାରବାର ସମ୍ପର୍କରେ ଖୋଳତାଡ ଜାରି ରଖିଛି । ଏପରି ଏକ ଘଟଣା ବେଙ୍ଗାଲୁରରେ ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ, ଏହି ହାଇପ୍ରୋଫାଲ ଠକାମିର ଶିକାର ହୋଇଥିବା ବ୍ୟବସାୟୀ ବେଙ୍ଗାଲୁରୁ ସହରର ଜଣେ ୭୨ ବର୍ଷୀୟା ବ୍ୟକ୍ତି ।

ତାଙ୍କର ଟ୍ରେଡିଂ କରିବାରେ ରୁଚି ଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏହି ସଂକ୍ରାନ୍ତୀୟ ବିଜ୍ଞାପନ ଦେଖି ସେ ଏକାଧିକ କମ୍ପାନୀର ଅଂଶଧନ କିଣିବା ପାଇଁ ଆଗ୍ରହ ଦେଖାଇଲେ । ଏହି ବିଜ୍ଞାପନରେ ତାଙ୍କୁ ପ୍ରତିଷ୍ଠିତ କମ୍ପାନୀଗୁଡିକର ସେୟାର ବା ଅଂଶଧନ ରିହାତି ମୂଲ୍ୟରେ ମିଳିବା ନେଇ ପ୍ରଲୋଭିତ କରାଯାଇଥିଲା । ସେ ଏହି ବିଜ୍ଞାପନ ଜରିଆରେ ଜଣେ ଦଲାଲଙ୍କ ସହ ହ୍ୱାଟ୍ସଆପରେ ଯୋଗଯୋଗ କରିଥିଲେ । ଏହା ପରେ ସେ କମ୍ପାନୀରେ ଟଙ୍କା ଲଗାଇବା ଆରମ୍ଭ କଲେ ।

ଗତବର୍ଷ ଡିସେମ୍ବରରୁ ଚଳିତ ଫେବୃଆରୀ ୮ ତାରିଖ ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୬ କୋଟିରୁ ଅଧିକ ଟଙ୍କା ଡେବିଟ୍ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ସେ ଦଲାଲଙ୍କ ସହ ଯୋଗାଯୋଗ କରିପାରିନଥିଲେ । ନିଜ ସେୟାର କିମ୍ବା ନିବେଶ ସମ୍ପର୍କରେ କୌଣସି ରେକର୍ଡ ମଧ୍ୟ ତାଙ୍କ ନିକଟରେ ନଥିଲା । ସେ ସେୟାର ମାର୍କେଟରେ ନିବେଶ ନାମରେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ବୃଦ୍ଧ ବ୍ୟବସାୟୀ ବ୍ୟବହାର କରିଥିବା ମୋବାଇଲ ଓ ଲ୍ୟାପଟପରୁ ଡାଟା ସଂଗ୍ରହ କରାଯାଇ ସାଇବର ଫ୍ରଡଙ୍କ ସମ୍ପର୍କରେ ଜାଣିବାକୁ ପୋଲିସ ଉଦ୍ୟମ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking