27.1 C
Bhubaneswar
Saturday, July 27, 2024
Homeଅପରାଧଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହଳଦୀବାଡ ଗ୍ରାମରେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିବା ଘଟଣାରେ ୧୧ ଜଣଙ୍କୁ ଗିରଫ କଲା ପୋଲିସ । ସମସ୍ତ ଅଭିଯୁକ୍ତ ସେହି ଗ୍ରାମର ହୋଇଥିବା ବେଳେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଗତ ୧୦ ତାରିଖରେ ହଳଦୀବାଡ଼ ଗ୍ରାମର ୪୫ ବର୍ଷୀୟ ଗୁରୁବାରିଆ ଡାକୁଆଙ୍କୁ ଘରୁ ଡାକିନେଇ ଅତି ନୃଶଂସ ଭାବେ ପିଟି ପିଟି ହତ୍ୟା କରିଥିଲେ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡ଼ା ଥାନା ଅନ୍ତର୍ଗତ ତୁମ୍ବା ଫାଣ୍ଡି ଅଧିନସ୍ଥ ଆଙ୍କୁଲି ପଞ୍ଚାୟତର ଦୁର୍ଗମ ହଳଦୀବାଡ଼ ଗ୍ରାମରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ୧୧ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଗତ ୧୦ ତାରିଖରେ ହଳଦୀବାଡ଼ ଗ୍ରାମର ୪୫ ବର୍ଷୀୟ ଗୁରୁବାରିଆ ଡାକୁଆଙ୍କୁ ଘରୁ ଡାକି ନେଇ ସ୍ପଷ୍ଟ ଦିବାଲୋକରେ ନିଜ ପତ୍ନୀଙ୍କ ସମୁଖରେ ନୃଶଂସ ଭାବେ ପିଟି ପିଟି ହତ୍ୟା କରିବା ପରେ ମୃତ ଦେହକୁ ପୋଡି ଦେଇଥିଲେ ଅଭିଯୁକ୍ତ । ଏନେଇ ପୋଲିସ ଜାଣିବାକୁ ପାଇବା ପରେ ଗୁରୁବାରିଆଙ୍କ ପତ୍ନୀ ଶ୍ରୀମନ୍ତିଙ୍କ ନିକଟରେ ପହଞ୍ଚି ତାଙ୍କ ବୟାନ ରେକର୍ଡ଼ କରିବା ସହ ତାଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିଥିଲା । ବହୁ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡ଼ା ଥାନା ଅନ୍ତର୍ଗତ ତୁମ୍ବା ଫାଣ୍ଡି ଅଧିନସ୍ଥ ଆଙ୍କୁଲି ପଞ୍ଚାୟତର ଦୁର୍ଗମ ହଳଦୀବାଡ଼ ଗ୍ରାମର ଗୁରୁବାରିଆ ଡାକୁଆଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିଲା । ଏପରିକି ସେ ଆର୍ମିସ୍ ଆକ୍ଟରେ ଗିରଫ ହୋଇଥିବା ବେଳେ ଗ୍ରାମବାସୀ ତାଙ୍କୁ ସେତେଟା ପସନ୍ଦ କରୁନଥିଲେ । କିଛି ଦିନ ତଳେ ସେହି ଗ୍ରାମର ପ୍ରତାପ ଡାକୁଆଙ୍କର ହଠାତ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁ ଘଟିଥିଲା । ଏହି ମୃତ୍ୟୁ ଘଟଣା ପରେ ଗ୍ରାମର ଗୁରୁବାରିଆ ଗୁଣିଗାରେଡି କରୁଥିବାର ସନ୍ଦେହ କରିଥିଲେ ଗ୍ରାମବାସୀ । ଏନେଇ ଗ୍ରାମବାସୀମାନେ ଏକ ବୈଠକ ଡାକି ଗୁରୁବାରିଆକୁ ଉପସ୍ଥିତ ହେବାକୁ କହିଥିଲେ । ହେଲେ ଗୁରୁବାରିଆ ସେଥିରେ ରାଜି ହୋଇନଥିଲା । ପରେ ଫେବ୍ରୁଆରୀ ୧୦ ତାରିଖ ଦିନ ତ୍ରିନାଥ ଡାକୁଆଙ୍କ ସମେତ ଅନ୍ୟାନ୍ୟ ଗ୍ରାମବାସୀ ଗୁରୁବାରିଆର ଘରେ ପଶି ମାଡ ମାରିବା ସହ ତାଙ୍କୁ ପିଟିପିିଟି ହତ୍ୟା କରିଥିଲେ । ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତଦେହରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ସଂପୃକ୍ତ ରହିଥିବା ସମସ୍ତ ୧୧ ଜଣ ଅଭିଯୁକ୍ତକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking