25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶକାଖରେ କଅଁଳା ଛୁଆକୁ ଧରି ୧୬ ମହଲାରୁ ଡେଇଁଲା ମାଆ

କାଖରେ କଅଁଳା ଛୁଆକୁ ଧରି ୧୬ ମହଲାରୁ ଡେଇଁଲା ମାଆ

ନୂଆଦିଲ୍ଲୀ: କାଖରେ କଅଁଳା ଛୁଆକୁ ଧରି ଆପାର୍ଟମେଣ୍ଟର ୧୬ ମହଲାରୁ ଡେଇଁ ପଡ଼ିଲା ମାଆ । ଦିଲ୍ଲୀର ୱେଷ୍ଟ(ପଶ୍ଚିମ) ନଏଡ଼ା ରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାରେ ଉଭୟ ମାଆ-ଛୁଆଙ୍କର ମୃତ୍ୟୁ ହୋଇଛି । ୩୩ ବର୍ଷୀୟ ମହିଳା ଆମେରିକାରୁ ବାପଘର ନଏଡ଼ା ଆସିଥିବା ବେଳେ ଏଭଳି ଅଘଟଣ ଘଟାଇଛନ୍ତି । ପୋଲିସର କହିବାନୁଯାୟୀ ମୃତ ମହିଳା ଜଣକ ଆମେରିକାରେ ନିଜ ପରିବାର ସହ ରହୁଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଦୁଇ ସପ୍ରାହ ତଳେ ସେ ନିଜ ଦୁଇ ଛୁଆଙ୍କୁ ଧରି ନଏଡ଼ାରେ ରହୁଥିବା ଭାଇଙ୍କ ଘରକୁ ଆସିଥିଲେ । ସେ ତାଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ବେଶ୍ ମାନସିକ ଚାପରେ ରହୁଥିଲେ ।

ଝିଅ ଜନ୍ମ ହେବା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଖରାପ ହେବାରେ ଲାଗିଥିଲା । ସେଥିପାଇଁ ସେ ମାନସିକ ଚାପରେ ରହୁଥିଲେ । ଘଟଣା ଦିନ ମହିଳା ନିଜ ୪ ବର୍ଷର ପୁଅର ଜନ୍ମଦିନ ପାଳିଥିଲେ । ଏହାପରେ ନିଜ ରୁମ୍‌ରେ ବିଶ୍ରାମ ନେବାକୁ କହି ଆପାର୍ଟମେଣ୍ଟ ବୋଲକୋନିରୁ କୁନି ଝିଅକୁ ଧରି ଡେଇଁ ପଡ଼ିଥିଲେ । ଘଟଣା ସମ୍ପର୍କରେ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ପ୍ରଥମେ ସମସ୍ତଙ୍କୁ ଜଣାଇଥିଲେ । ଦୁଃଖର ବିଷୟ ଯେ ଘଟଣାସ୍ଥଳରେ ହିଁ ମାଆ-ପୁଅଙ୍କ ଜୀବନ ଯାଇଛି । ସୂଚନାନୁଯାୟୀ, ମହିଳା ଜଣକ ୨୦୨୧ରେ ବିବାହ କରିଥିଲେ । ବିବାହ ଦିନଠୁ ସେ ଆମେରିକାରେ ରହୁଥିଲେ । ଝିଅ ଜନ୍ମ ହେବାର ୬ ମାସରେ ସେ ତାଙ୍କ ଭାଇଘରକୁ ବୁଲିବାକୁ ଆସିଥିଲେ । ସେ ଆସିବା ଦିନଠୁ ହିଁ ମାନସିକ ଚାପରେ ଥିବା ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking