ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରାଜସ୍ଥାନ

ଦୁବାଇ : ଆଜି ଦୁବାଇରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ତୃତୀୟ ମ୍ୟାଚ ଖେଳିବେ। ପ୍ରଥମ ଦୁଇ ମ୍ୟାଚରେ ଚମତ୍କାର ବିଜୟ ହାସଲ କରିଥିବା ରାଜସ୍ଥାନ ରୟାଲ୍ସ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟ ରଖିଥିବାବେଳେ କୋଲକାତାର ନାଇଟ୍‌ ରାଇଡର୍ସ ବିଜୟ ଧାରାକୁ ବଜାୟ ଲକ୍ଷ୍ୟ ନେଇ ଖେଳିବ। ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ୪ ପଏଣ୍ଟ ହାସଲ କରିଛି। ପ୍ରଥମ ମ୍ୟାଚରେ ୧୬ରନରେ ଚେନ୍ନଇ ସୁପରକିଙ୍ଗସକୁ ଓ ଦ୍ବିତୀୟ ମ୍ୟାଚରେ ୪ ୱିକେଟରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଉଭୟ ମ୍ୟାଚରେ ରାଜସ୍ଥାନ ୨୦୦ରୁ ଅଧିକ ରନ୍‌ କରିବାରେ ସକ୍ଷମ ହୋଇଛି। ପଞ୍ଜାବ ବିପକ୍ଷରେ ରେକର୍ଡ ରନ୍‌କୁ ପିଛାକରି ମଧ୍ୟ ଦଳ ବିଜୟ ହାସଲ କରିଛି। ଅଧିନାୟକ ଷ୍ଟିଭ୍‌ ସ୍ମିଥ ଦୁଇଟି ମ୍ୟାଚରୁ ଦୁଇଟି ଅର୍ଦ୍ଧଶତକ ସହ ୧୧୯, ସଞ୍ଜୁ ସାମସନ୍‌ ଦୁଇଟି ଅର୍ଦ୍ଧଶତକ ସହ ୧୫୯ରନ କରିବାରେ ସକ୍ଷମ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here