୨୪ଘଣ୍ଟାରେ ୮୦,୪୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଦେଶରେ ୯୭,୦୦୦ଟପିଲା ମୃତ୍ୟୁ ସଂଖ୍ୟା

corona

ନୂଆଦିଲ୍ଲୀ : ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୮୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ତଳୁନାରେ ଏହା ସାମାନ୍ୟ କମ୍‌, ତଥାପି ବି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲୋକଙ୍କ ଭିତରେ ଭୟ ଉପୁଜାଉଛି।
ସମଗ୍ର ଦେଶରେ ୬୨ ଲକ୍ଷ ୨୫ ହଜାର ୭୬୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୧,୮୭,୮୨୬ ଜଣ ସୁସ୍ଥ ହୋଇଛନ୍ତି। ୯୭,୪୯୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୦,୪୭୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୪୦,୪୪୧ ରହିଛି। ସମୁଦାୟ ୧୦,୮୬,୬୮୮ ଜଣଙ୍କର କରୋନା ପରୀକ୍ଷଣ କରାଯାଇଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here