31.1 C
Bhubaneswar
Wednesday, May 8, 2024
Homeଓଡିଶାବିଜୁଳି ପାଇଁ କମ୍ପିପାରେ ବିଧାନସଭା

ବିଜୁଳି ପାଇଁ କମ୍ପିପାରେ ବିଧାନସଭା

ଭୁବନେଶ୍ୱର : ବିଜୁଳି ଦର ବୃଦ୍ଧି ଏବଂ ଯାଜପୁରରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଆଜି କମ୍ପିପାରେ ବିଧାନସଭା । ମହଙ୍ଗା ମାଡରେ ହନ୍ତସନ୍ତ ରାଜ୍ୟ ବାସୀଙ୍କ ଉପରେ ପୁଣି ଅଧିକ ୩୦ ପଇସାର ବିଜୁଳି ବୋଝକୁ ନେଇ ସରକାରଙ୍କୁ ଗୃହରେ ଟାର୍ଗେଟ କରିପାରନ୍ତି ବିରୋଧୀ । ଗତ ଅକ୍ଟୋବର ମାସରେ ୟୁନିଟ ପିଛା ୨୦ ପଇସା ଦର ବଢାଇଥିବା ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଗତ ୨୭ ତାରିଖରେ ୟୁନିଟ ପିଛା ଆଉ ୩୦ ପଇସା ବଢାଇଛନ୍ତି । ଯାହାକୁ ଉପଭୋକ୍ତା ସଂଗଠନ ଠୁ ନେଇ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ବିରୋଧ କରୁଛନ୍ତି । ତେଣୁ ଏହି ପ୍ରସଙ୍ଗରେ ଆଜି ବିରୋଧୀଙ୍କର ସରକାରଙ୍କୁ ଘେରିବାର ଯୋଜନା ରହିଛି । ଅପର ପକ୍ଷେ ଯାଜପୁରେ ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରକୁ ବିଜେପିର ବୋମା ମାଡ ଘଟଣାଙ୍କୁ ନେଇ ସରକାରଙ୍କୁ ଘେରିପାରେ ବିଜେପି ।

କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନୟନ, ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ଭଳି ବିଭାଗର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ରହିଛି । ସେହିପରି ଅପରାହ୍ନରେ ଅଧିବେଶନରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବନଭାଗର ଖର୍ଚ୍ଚ ଦାବି ପ୍ରସଙ୍ଗ କାର୍ଯ୍ରକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking