31.1 C
Bhubaneswar
Sunday, May 19, 2024
Homeଓଡିଶାମା’ ତାରାତାରିଣୀଙ୍କର ଚୈତ୍ର ପର୍ବ

ମା’ ତାରାତାରିଣୀଙ୍କର ଚୈତ୍ର ପର୍ବ

ଗଞ୍ଜାମ : ଆଜିଠାରୁ ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଚୈତ୍ର ପର୍ବ । ମାନସିକ ପୂରଣ ଲାଗି ମା’ ଙ୍କ ପୀଠରେ ପ୍ରବଳ ଭିଡ ଲଗାଇଛନ୍ତି ଶ୍ରଦ୍ଧାଳୁ । କୋରନା କଟକଣା ଥିଲେ ବି ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି । ଏପରିକି ପାହାଡ ଉପରେ ଥିବା ମନ୍ଦିରକୁ ବସ୍ ଯୋଗେ ଯିବା ପାଇଁ ଲମ୍ବା ଧ।ଡି ଦେଖିବାକୁ ମିଳିଛି । ମନ୍ଦିର ଭିତରେ ମଧ୍ୟ ଭିଡ ଦେଖିବାକୁ ମିଳିଛି ତେବେ ଗତ ବର୍ଷ କୋରନା ପାଇଁ ଯାତ୍ରା ବନ୍ଦ ରହିଥିଲା ।
ତାରାତାରିଣୀଙ୍କ ପୀଠରେ ପ୍ରସିଦ୍ଧ ପର୍ବ ହେଉଛି ଚୈତ୍ର ମାସର ମଙ୍ଗଳବାର । ଏହି ମାସର ମଙ୍ଗଳବାର ଗୁଡିକରେ ଏହି ମନ୍ଦିରରେ ଲାକ୍ଷାଧିକ ଭକ୍ତଙ୍କ ସମାବେଶ ହୁଏ । ଆଜି ମାସର ପ୍ରଥମ ମଙ୍ଗଳବାର ହୋଇଥିବାରୁ ବହୁସଂଖ୍ୟାରେ ଭିଡ ଦେଖିବାକୁ ମିଳିଛି । କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପାହାଡ ଉପରେ ଥିବା ମନ୍ଦିରରେ ମୁଣ୍ଡନ ପାଇଁ ବାରଣ କରାଯାଇଛି ଓ ଭକ୍ତଙ୍କୁ କୌଣସି ପ୍ରକାର ଭୋଗ ନନେବା ପାଇଁ ମଧ୍ୟ ନିୟମ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking