32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଆଜି ନାଗପଞ୍ଚମୀ: ନାଗ ପୂଜା କଲେ ନାଶ ହେବ ପାପ, ଶୁଭ ମୁହୂର୍ତ୍ତ ପାଇଁ ଜାଣନ୍ତୁ...

ଆଜି ନାଗପଞ୍ଚମୀ: ନାଗ ପୂଜା କଲେ ନାଶ ହେବ ପାପ, ଶୁଭ ମୁହୂର୍ତ୍ତ ପାଇଁ ଜାଣନ୍ତୁ ସମୟ

ନୂଆଦିଲ୍ଲୀ: ନାଗପଂଚମୀରେ ଭଗବାନ ଶିବଙ୍କ ଆଭୂଷଣ ଅର୍ଥାତ ନାଗଙ୍କୁ ଉପାସନା କରାଯାଇଥାଏ । ନାଗପଂଚମୀ ଦିନ ମହାଦେବଙ୍କ ସହିତ ନାଗଙ୍କ ଉପାସନା କରାଯିବା ଫଳରେ ଜୀବନର ସମସ୍ତ ଦୋଷ-ପାପ ନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥର ନାଗପଂଚମୀ ନିଜ ସହିତ ଅନେକ ଶୁଭ ମୁହୂର୍ତ୍ତ ନେଇ ଆସିଛି । ଜ୍ୟୋତିଷମାନଙ୍କ କହିବା ଅନୁସାରେ ନାଗପଂଚମୀ ଦିନ ନାଗଙ୍କ ପୂଜା କରି ଆଧ୍ୟାତ୍ମିକ ଶକ୍ତି, ସିଦ୍ଧି ଓ ଅପାର ଧାନ ପ୍ରାପ୍ତ କରାଯାଇପାରିବ । କୁଣ୍ଡଳୀରେ ଯଦି ରାହୁ-କେତୁର ସ୍ଥିତି ଠିକ ନାହିଁ, ତେବେ ଏହି ଦିନରେ ସ୍ୱତନ୍ତ୍ର ପୂଜା କରାଯାଇପାରିବ ।

ନାଗପଂଚମୀ ପର୍ବ ଆଜି (ମଙ୍ଗଳବାର) ପାଳନ କରାଯାଉଛି । ଶ୍ରାବଣ ମାସ ଶୁକ୍ଲପକ୍ଷ ପଂଚମୀ ତିଥିରେ ଏହା ପାଳନ ହୋଇଥାଏ, ଯାହାକି ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ ପଡୁଛି । ଏଥି ପାଇଁ ଆଜି ସକାଳ ୫ଟା ୧୪ ମିନିଟରୁ ଶୁଭ ମୁହୂର୍ତ୍ତ ଆରମ୍ଭ ହୋଇଯାଇଥିଲା ବେଳେ ଅଗଷ୍ଟ ୩ ତାରିଖ ସକାଳ ୫ଟା ୪୨ ପର୍ଯ୍ୟନ୍ତ ରହିବ । ଏହାରି ମଧ୍ୟରେ ନାଗପଂଚୀମର ପୂଜା ପାଇଁ ଶୁଭ ମୁହୂର୍ତ୍ତ ଅଗଷ୍ଟ ୨ ତାରିଖ ସକାଳ ୫ଟା ୧୪ରୁ ୮ଟା ୨୪ ମିନିଟ ରହିବ । ଅର୍ଥାତ ନାଗ ପଂଚମୀରେ ପୂଜା ପାଇଁ ଆପଣଙ୍କୁ ୨ଘଣ୍ଟା ୪୨ ମିନିଟ ସମୟ ମିଳିବ ।

ସନାତନ ଧର୍ମରେ ନାଗମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି । ସୃଷ୍ଟିର ପରିଚାଳକ ଭଗବାନ ଶିବଙ୍କ ଗଳାରେ ସାପ ସର୍ବଦା ମାଳ ଭଳି ଶୋଭା ପାଉଥାଏ । ଶେଷନାଗର ଫଣାରେ ପୃଥିବୀ ଅଟକି ରହିଛି । କ୍ଷୀରସାଗରରେ ଶେଷନାଗର ଶର୍ଯ୍ୟାରେ ଭଗବାନ ଶୟନ କରିଥାନ୍ତି । ଶ୍ରୀକୃଷ୍ଣଙ୍କ ଜନ୍ମରେ ନାଗର ସହାୟତାରେ ବାସୁଦେବ ଯମୁନା ଅତିକ୍ରମ କରିଥିଲେ । ସମୁଦ୍ର ମଂଥନ ସମୟରେ ଦେବାତାମାନଙ୍କୁ ବାସୁକୀ ନାଗ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking