21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶତିରୁପତି ଲଡୁ ବିବାଦ: ସ୍ଥଗିତ ରହିଲା ଏସ୍‌ଆଇଟି ତଦନ୍ତ

ତିରୁପତି ଲଡୁ ବିବାଦ: ସ୍ଥଗିତ ରହିଲା ଏସ୍‌ଆଇଟି ତଦନ୍ତ

ତିରୁପତି:  ତିରୁପତି ଲଡୁ ବିବାଦରେ ଚାଲିଥିବା ଏସ୍‌ଆଇଟି ତଦନ୍ତକୁ ଆକସ୍ମିକ ଭାବେ ସ୍ଥଗିତ ରଖିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ସୁପ୍ରିମକୋର୍ଟରେ ଏବେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଶୁଣାଣି ଶେଷ ପର୍ଯ୍ୟନ୍ତ ଏସ୍‌ଆଇଟି ତଦନ୍ତ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥଗିତାଦେଶ ଲାଗୁ କରାଯାଇଛି ।
ତିରୁପତି ସ୍ୱାମୀ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପ୍ରସାଦ ରୂପେ ମିଳୁଥିବା ‘ଲଡୁ’କୁ ପ୍ରସ୍ତୁତ କରାଯିବା ଦିଗରେ ବ୍ୟବହୃତ ଘିଅରେ ପଶୁ ଚର୍ବି ଏବଂ ମାଛ ତେଲ ମିଶାଯାଉଥିôବା ଭଳି ଏକ ସଂଗୀନ ଅଭିଯୋଗ ଅଣାଯିବା ପରେ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀଙ୍କ ସରକାର ସମୟରେ ମନ୍ଦିରରେ ଏପ୍ରକାର ଅପମିଶ୍ରିତ ଭୋଗ ପ୍ରସ୍ତୁତ କରାଯାଉଥିବା ଆନ୍ଧ୍ରପ୍ରଦେଶର ଏବେର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ ଏହି ମାମଲାରେ ତଦନ୍ତ ପାଇଁ ଏକ ଏସ୍‌ଆଇଟି ଟିମ୍ ଗଠନ କରାଯାଇ ତଦନ୍ତ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରିଥିଲେ । ତେବେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ନିକଟରେ ଚନ୍ଦ୍ରବାବୁ ନାଇଡୁ ଗଣମାଧ୍ୟମରେ ଏହି ମାମଲାରେ କିଛି ପ୍ରତିକ୍ରିୟା ଦେଇଥିଲେ । ଏହାକୁ ନେଇ ଦିନକ ପୂର୍ବେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ ଏବଂ ମାମଲାର ଶୁଣାଣି ଜାରି ରହିଥିବା ବେଳେ ବାହାରେ ପ୍ରତିକ୍ରିୟା ଦେବାର ମାନେ କ’ଣ ବୋଲି ପ୍ରଶ୍ନ କରିଥିଲେ । ଏଥିସହ ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖିବାକୁ ସୁପ୍ରିମକୋର୍ଟ ଅପିଲ୍ ମଧ୍ୟ କରିଥିଲେ । ସୁପ୍ରିମକୋର୍ଟଙ୍କ ଏପ୍ରକାର ଭର୍ତ୍ସନା ପରେ ଏସ୍‌ଆଇଟି ତଦନ୍ତକୁ ସ୍ଥଗିତ ରଖିଛନ୍ତି ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ।
ପ୍ରକାଶ, ଆସନ୍ତା ୩ରେ ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।  ପ୍ରକାଶ, ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ତଦନ୍ତ କରୁଥିବା ଏସ୍‌ଆଇଟି ଟିମ୍ ନିଜ ତଦନ୍ତ ରିପୋର୍ଟ ଦାଖଲ କରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking