39.1 C
Bhubaneswar
Friday, April 26, 2024
Homeଓଡିଶାବାହା ହେବେ ତିର୍ତ୍ତୋଲ ବିଧାୟକ ! 

ବାହା ହେବେ ତିର୍ତ୍ତୋଲ ବିଧାୟକ ! 

ତିର୍ତ୍ତୋଲ: ବିବାହ ବନ୍ଧନରେ ବାନ୍ଧି ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଦୀର୍ଘଦିନ ଧରି ଭଲ ପାଉଥିବା ଯୁବତୀଙ୍କୁ ରେଜିଷ୍ଟ୍ରି ମ୍ୟାରେଜ୍ କରିବେ ବିଜୟ । ଏନେଇ ସବ ରେଜିଷ୍ଟ୍ରି ଅଫିସରେ ପହଞ୍ଚିଥିଲେ ଉଭୟ ଏବଂ ତାଙ୍କ ପରିବାର । ଉଭୟ ପଟରୁ ରାଜି ଥିବା ବେଳେ ଆଉ ମାସକ ପରେ ସବ ରେଜିଷ୍ଟ୍ରି ଅଫିସରୁ ନୋଟିସ୍ ଯିବା ପରେ ବାହାଘର ହେବ । ଆଜି ରେଜିଷ୍ଟ୍ରି ଲେଖାପଢା ପରେ ଉଭୟ ଖୁସି ଥିବା ଦେଖାଯାଇଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ହେଉଛନ୍ତି ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ । ତାଙ୍କ ଘର ମକୁନ୍ଦପୁର । ସେ ଯାହାଙ୍କୁ ବିବାହ କରିବେ ସେ ହେଉଛନ୍ତି ଦେଉଲିଗ୍ରାମେଶ୍ୱରର ସମଲିକା ଦାଶ । ଆଜି ଜଗତସିଂହପୁରରେ କୋର୍ଟ ମ୍ୟାରେଜ୍‌ କରିବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଏଣେ ତିର୍ତ୍ତୋଲ ବିଧାୟକ ଶ୍ରୀ ଦାସଙ୍କ ବିବାହ ସଂପର୍କିତ କିଛି ଖବର ଆଧାରରେ ଦଳୀୟ କର୍ମୀ ଓ ସମର୍ଥକମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି ।  ଅପରପକ୍ଷେ ଏହି ହାଇପ୍ରୋଫାଇଲ ମ୍ୟାରେଜ୍‌ ପାଇଁ ଉଭୟ ପୁଲିସ ଓ ଗୁଇନ୍ଦା ବିଭାଗ ସତର୍କ ହୋଇ ଉଠିଛନ୍ତି ।ଗତକାଲିଠୁ ଗୁଇନ୍ଦା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଜଗତସିଂହପୁର ସହରରେ ପଇଁତରା ମାରୁଥିବା ସ୍ଥଳେ ଟାଉନ୍‌ ପୁଲିସ ମଧ୍ୟ ବିଧାୟକଙ୍କ ପ୍ରେମିକାଙ୍କ ଘରର ଆଖ ପାଖରେ ଟହଲ ମାରି ପରିସ୍ଥିତି ପ୍ରତି ତୀକ୍ଷ୍‌ଣ ନଜର ରଖିଥିବା ଗୁଞ୍ଜରିତ ହୋଇଚାଲିଛି । ଅନ୍ୟପଟେ ପ୍ରେମିକାଙ୍କ ଅଭିଯୋଗପତ୍ର ଧରି ପୁଲିସ ହଲାପଟାରେ ପଡ଼ିଯାଇଛନ୍ତି । କାରଣ ଗୋଟିଏ ପଟେ ବିବାହକୁ ନେଇ ତନାଘନା ଚାଲିଥିବାରୁ ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିବ ନା ଅପେକ୍ଷା କରିବ ତାହାର ଆକଳନ କରିପାରୁ ନାହାନ୍ତି । ଅନ୍ୟପଟେ କୋର୍ଟରେ ମ୍ୟାରେଜ୍‌ ସରିଲା ପରେ ଏତଲା ପ୍ରତ୍ୟାହାର ହୋଇପାରେ ବୋଲି ଅନୁମାନ କରାଯାଉଛି । ହେଲେ ସେ ପର୍ଯ୍ୟନ୍ତ ପୁଲିସ ଅପେକ୍ଷା କରୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking