34 C
Bhubaneswar
Saturday, June 20, 2026
Homeଦେଶ ବିଦେଶପାକିସ୍ତାନ ସହ କଥାବାର୍ତ୍ତାର ସମୟ ଚାଲିଯାଇଛି : ଜୟଶଙ୍କର

ପାକିସ୍ତାନ ସହ କଥାବାର୍ତ୍ତାର ସମୟ ଚାଲିଯାଇଛି : ଜୟଶଙ୍କର

ନୂଆଦିଲ୍ଲୀ: “ପାକିସ୍ତାନ ସହ କଥାବାର୍ତ୍ତା ସମୟ ଶେଷ ହୋଇଛି। ଏଣିକି ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପାକିସ୍ତାନକୁ ଚିନ୍ତା କରିବାକୁ ହେବ। ଭାରତ ସହ ଶତ୍ରୁତା ନା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବା ଉଚିତ୍ ହେବ ସେସମ୍ପର୍କରେ ପାକିସ୍ତାନକୁ ଆତ୍ମଚିନ୍ତନ କରିବାକୁ ହେବ।” ଶୁକ୍ରବାର ଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏପରି କହିଛନ୍ତି। ଜୟଶଙ୍କରଙ୍କ କହିବାନୁସାରେ ବୁଝିବା ଓ ବୁଝାଇବା ପ୍ରକ୍ରିୟା ସେସମୟ ପର୍ଯ୍ୟନ୍ତ ସମ୍ଭବ ହୋଇଥାଏ ଯେଉଁପର୍ଯ୍ୟନ୍ତ ଏଦିଗରେ ବାରମ୍ବାର ଚେଷ୍ଟା କରୁଥିବା ପକ୍ଷର ଧୈର୍ଯ୍ୟଚ୍ୟୁତି ହୋଇନାହିଁ। ଯେଉଁଠି ଧୈର୍ଯ୍ୟଚ୍ୟୁତି ହୋଇଯାଏ ସେଠାରେ କାହାକୁ ବୁଝିବା ବା ବୁଝାଇବାର ଶକ୍ତି ମଧ୍ୟ ଶେଷ ହୋଇଯାଏ। ପାକିସ୍ତାନ ଭଳି ପଡୋଶୀ ଦେଶ ଯାହାକି ବାରମ୍ବାର ଆତଙ୍କବାଦ ଆଳରେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ସେଠାରେ କିପରି ଏହା ସହିତ ଦ୍ୱିପାକ୍ଷିକ ସମ୍ପର୍କ ସମ୍ପର୍କରେ କିପରି କଳ୍ପନା କରାଯାଇପାରିବ? ସବୁ କାର୍ଯ୍ୟାନୁଷ୍ଠାନର ସମାନ ପ୍ରତିକ୍ରିୟା ରହିଛି। ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯାଇଛି। ଏଭଳି ସ୍ଥିତିରେ ପାକିସ୍ତାନ ସହ କେଉଁ ପ୍ରକାର ସମ୍ପର୍କ ବିଷୟରେ ଚିନ୍ତା କରିବା ଉଚିତ୍‌? ଜୟଶଙ୍କର କହିଛନ୍ତି, ଆମେ ନିରପେକ୍ଷ ନୁହଁ। ଯେତେବେଳେ ଜିନିଷଗୁଡିକ ସକାରାତ୍ମକ କିମ୍ବା ନକାରାତ୍ମକ ଦୃଷ୍ଟିକୋଣ ଗ୍ରହଣ କରେ, ଆମେ ପ୍ରତିକ୍ରିୟା ଦେବୁ। ଏତଦ୍‌ବ୍ୟତୀତ ବାଂଲାଦେଶର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ମଧ୍ୟ ନିଜ ପ୍ରତିକ୍ରିୟା ଦେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଆମେ ବାଂଲାଦେଶରେ ନବଗଠିତ ସରକାରଙ୍କ ସହ ମିଳିତ ଭାବେ କାମ କରିବା ସ୍ୱାଭାବିକ। ଆମକୁ ସ୍ୱୀକାର କରିବାକୁ ହେବ ଯେ, ବାଂଲାଦେଶରେ ରାଜନୈତିକ ପରିବର୍ତ୍ତନ ହୋଇଛି ଏବଂ ଏହା ସମ୍ପର୍କକୁ ବାଧାପ୍ରାପ୍ତ କରିପାରେ। ଆମକୁ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଜିନିଷ ଉପରେ ଦୃଷ୍ଟି ଦେବାକୁ ପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking