32.1 C
Bhubaneswar
Thursday, April 30, 2026
Homeଖେଳଶିଭମ୍ ଦୁବେଙ୍କ ସ୍ଥାନରେ ତିଳକ ବର୍ମା

ଶିଭମ୍ ଦୁବେଙ୍କ ସ୍ଥାନରେ ତିଳକ ବର୍ମା

ଗ୍ୱାଲିୟର: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଆରମ୍ଭର ଠିକ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍‌କା ଲାଗିଛି। ଟିମ୍‌ର ଫାଷ୍ଟ୍ ବୋଲିଂ ଅଲ୍‌ରାଉଣ୍ଡର୍ ଶିଭମ୍ ଦୁବେ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ୨୧ ବର୍ଷୀୟ ବ୍ୟାଟର୍ ତିଳକ ବର୍ମାଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ବାଂଲାଦେଶ ବିପକ୍ଷ ମ୍ୟାଚ୍ ପୂର୍ବ ଅଭ୍ୟାସ ସେସନ୍‌ରେ ଶିଭମ୍‌ଙ୍କ ଅଣ୍ଟାରେ ଆଘାତ ଲାଗିଛି। ଦୁବେ ଗତ କିଛିମାସ ହେବ ନିୟମିତ ସଦସ୍ୟ ଭାବେ ଭାରତୀୟ ଟି-୨୦ ଟିମ୍‌ରେ ରହିଆସିଛନ୍ତି। ସେ ଟି-୦ ବିଶ୍ୱକପ୍ ବିଜେତା ଟିମ୍‌ର ସଦସ୍ୟ ମଧ୍ୟ ଥିଲେ। ସେ ଆହତ ହେବା ଫଳରେ ଭାରତର ଏକ ଫାଷ୍ଟ ବୋଲିଂ ବିକଳ୍ପ କମ୍ ହୋଇଛି ଏବଂ ଶିଭମ୍ ଭାରତର ମିଡିଲ୍ ଅର୍ଡର୍‌କୁ ଶକ୍ତିଶାଳୀ କରିବା କାର୍ଯ୍ୟ ମଧ୍ୟ କରୁଥିଲେ। ତାଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ନୀତୀଶ କୁମାର ରେଡ୍ଡୀଙ୍କ ରୂପେ ଫାଷ୍ଟ୍ ବୋଲିଂ ଅଲ୍‌ରାଉଣ୍ଡର୍ ରହିଛନ୍ତି। ଅନ୍ୟପକ୍ଷରେ ତିଳକ ବର୍ମା ଆଇପିଏଲ୍ ୨୦୨୪ରେ ଉନ୍ନତ ପ୍ରଦର୍ଶନ କରି ୪୧୬ ରନ୍ କରିଥିଲେ। ଘରୋଇ ସିଜନ୍‌ରେ ମଧ୍ୟ ତାଙ୍କ ବ୍ୟାଟ୍‌ରୁ ବହୁ ରନ୍ ମଧ୍ୟ ବାହାରିଛି। ଭାରତ ପକ୍ଷରୁ ୧୬ ଟି-୨୦ ମ୍ୟାଚ୍ ଖେଳିସାରିଥିବା ତିଳକ ଏବେ ରବିବାର ମ୍ୟାଚ୍ ଦିନ ଟିମ୍‌ରେ ଯୋଗଦେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking