39.6 C
Bhubaneswar
Thursday, June 18, 2026
Homeଖେଳଗୋବିନ୍ଦ ପୋଦ୍ଦାର ରଣଜୀ କ୍ୟାପ୍‌ଟେନ୍

ଗୋବିନ୍ଦ ପୋଦ୍ଦାର ରଣଜୀ କ୍ୟାପ୍‌ଟେନ୍

ଭୁବନେଶ୍ୱର: ଆସନ୍ତା ୨୦୨୪-୨୫ ସିଜନ୍ ପାଇଁ ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ୱରେ ୧୭ ଜଣିଆ ଓଡ଼ିଶା ରଣଜୀ ଦଳର ଘୋଷିତ ହୋଇଛି। ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍‌- ଏ’ରେ ସ୍ଥାନ ପାଇଥିବା ଓଡ଼ିଶାର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଏହି ଦଳ ଘୋଷଣା କରାଯାଇଛି। ଅକ୍ଟୋବର ୧୧ରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ତ୍ରିପୁରାକୁ ଭେଟିବ। ଏହାପରେ ୧୮ ତାରିଖରୁ ବାରବାଟୀ ଷ୍ଟାଡ଼ିୟମ୍‌ରେ ଜମ୍ମୁ-କଶ୍ମୀର ସହିତ ଦ୍ୱିତୀୟ ମ୍ୟାଚ୍ ଖେଳିବ। ଦଳରେ ଦୁଇ ନୂଆ ମୁହଁ ବାମହାତୀ ସ୍ପିନର୍ ସୁମିତ୍ ଶର୍ମା ଓ ଯୁବ ବ୍ୟାଟର୍ ଅନୀଲ୍ ପରିଡ଼ାଙ୍କୁ ସାମିଲ କରାଯାଇଥିବା ମୁଖ୍ୟ ଚୟନକର୍ତ୍ତା ଅମୀୟ ରାୟ ଓ ମୁଖ୍ୟ ପ୍ରଶିକ୍ଷକ ସୁରେନ୍ଦ୍ର ଭାବେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ରଣଜୀ ସିଜନ୍‌ରେ ଓଡ଼ିଶା ୭ ମ୍ୟାଚ୍‌ରୁ ୧ ବିଜୟ ଓ ୪ ପରାଜୟ ସହୁ ୧୨ ପଏଣ୍ଟ ପାଇ ଏଲିଟ୍ ଗ୍ରୁପ୍‌-ଡି’ରେ ସପ୍ତମ ସ୍ଥାନରେ ରହିଥିଲା।
ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ବିପ୍ଳବ ସାମନ୍ତରାୟ, କାର୍ତ୍ତିକ ବିଶ୍ୱାଳ, ସ୍ୱସ୍ତିକ ସାମଲ, ରାଜେଶ ଧୂପର, ଆଶୀର୍ବାଦ ସ୍ୱାଇଁ, ଅନୀଲ ପରିଡ଼ା, ସୂର୍ଯ୍ୟକାନ୍ତ ପ୍ରଧାନ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତରଣୀ ସା’, ହର୍ଷିତ ରାଠୋଡ଼, ସୁମିତ ଶର୍ମା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking