35.1 C
Bhubaneswar
Saturday, May 4, 2024
Homeଓଡିଶାଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା,  ପୁଲିସକୁ ମାଡ଼ ମାରିବା ସହ ଭ୍ୟାନକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା,  ପୁଲିସକୁ ମାଡ଼ ମାରିବା ସହ ଭ୍ୟାନକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ନୟାନନ୍ଦ ପଞ୍ଚାୟତ ହାଟୁଆରି ଗ୍ରାମର ବାପି ମହାଳିକ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁକୁ ନେଇ ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲୀନଗର ଛକ ନିକଟରେ ଘଟିଛି ଅଭାବନୀୟ କାଣ୍ଡ । ଯୁବକଙ୍କୁ ପୁଲିସ ମାରିଦେଇଥିବା ଅଭିଯୋଗ ଆଣି ସ୍ଥାନୀୟ କେତକ ବ୍ୟକ୍ତି ପୁଲିସକୁ ଗୋଡ଼େଇ ଗୋଡ଼େଇ ପିଟିବା ସହ ପୁଲିସ୍ ଭ୍ୟାନ୍ ଜାଳିବା ସହ ଅଲୀନଗର ଛକ ନିକଟରେ ଟାୟାର ଜାଳି  ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ସୁରକ୍ଷା ଦୃଷ୍ଟିରୁ ୫ପ୍ଲାଟୁନ୍ ଫୋର୍ସ ମୁତୟ କରିଥିଲା ।

ହାଟୁଆରି ଗ୍ରାମର ଭାଗିରଥି ମହାଳିକ କରିଥିବା ଅଭିଯୋଗରୁ ପ୍ରକାଶ ଯେ, ତାଙ୍କ ପୁଅ ବାପି ତାଙ୍କ ଭଉଣୀ ଘରକୁ ସଂକ୍ରାନ୍ତି ଭାର ନେଇ ଯାଇଥିଲା । ତେବେ ବାପି ଭଉଣୀ ଘରେ ଥିବା ସମୟରେ ପୁଲିସ ଆସି ତାଙ୍କ ଜ୍ୱାଇଁ ଅଶୋକଙ୍କୁ ଖୋଜିଥିଲେ । ତେବେ ଦିବ୍ୟାଙ୍ଗ ବାପି ପୋଲିସକୁ ଦେଖି ଭୟରେ ଦୌଡ଼ି ପଳାଇ ଯିବା ସମୟରେ ପୁଲିସମାନେ ତାକୁ ଅଶୋକ ଭାବି ଗୋଡ଼ାଇବାରୁ ସେ ପୋଖରୀରେ ପଡ଼ି ଯାଇଥିଲେ । ବହୁ ଖୋଜାଖୋଜି ପରେ ତିହିଡ଼ି ଦମକଳ ବାହିନୀ ଦ୍ୱାରା ବାପିର ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା  ସହ ଲୋକମାନେ ବାପିଙ୍କ ମୃତଦେହକୁ ଅଲୀନଗର ଛକରେ ରଖି ଟାୟାର ଜାଳି ଭଦ୍ରକ-ଚାନ୍ଦବାଲି  ରାସ୍ତାକୁ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ 

ଏହି ସମୟରେ ପୀରହାଟ ଥାନା ପୁଲିସ ଭ୍ୟାନ ଜଣେ ବଳାତ୍କାର ଅଭିଯୁକ୍ତକୁ ନେଇ ଭଦ୍ରକ କୋର୍ଟକୁ ଯାଉଥିବା ବେଳେ ଉତ୍ତ୍ୟକ୍ତ ଲୋକମାନେ ପୋଲିସ ଭ୍ୟାନକୁ ଅଟକାଇଥିଲେ । ଭ୍ୟାନଟି ଅଟକିବାରୁ ଉତ୍ତ୍ୟକ୍ତ ଲୋକାମାନେ ଭ୍ୟାନକୁ ଭଙ୍ଗାରୁଜା କରିବା ସହ ସେଥିରେ ଥିବା ପୁଲିସମାନଙ୍କୁ ପିଟାପିଟି କରିଥିଲେ । ଭୟରେ ପୁଲିସ ଦୌଡ଼ି ପଳାଇ ଯାଉଥିବା ବେଳେ ଉତ୍ତ୍ୟକ୍ତ ଲୋକମାନେ ତାଙ୍କୁ ଗୋଡ଼ାଇ ପଟିଥିଲେ । ଏଥି ସହ ଭ୍ୟାନରେ ନିଆଁ ଲାଗାଇ ଦେଇଥିଲେ । ତେବେ ଭ୍ୟାନଟି ପୋଡ଼ି ଯାଇଥିବା ବେଳେ ଏଥିରେ କୋର୍ଟକୁ ଯାଉଥିବା ବଳାତ୍କାର ଅଭିଯୁକ୍ତ ଜଣକ ଚମ୍ପଟ ମାରିଥିଲା । ଏହି ଆକ୍ରମଣରେ ପୀରହାଟ ଥାନାର କନେଷ୍ଟବଳ ବିମ୍ବାଧର ମୁର୍ମୁ ଆହତ ହୋଇ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ତେବେ  ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଘଟଣା ସ୍ଥଳରେ ୫ପ୍ଲାଟୁନ୍ ଫୋର୍ସ  ମୁତୟନ କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking