29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗରାଜ୍ୟରେ ପାଳନ ହେଉଛି ମକର ସଂକ୍ରାନ୍ତି

ରାଜ୍ୟରେ ପାଳନ ହେଉଛି ମକର ସଂକ୍ରାନ୍ତି

ଭୁବନେଶ୍ୱର : ଆଜି ସାରା ରାଜ୍ୟରେ ପାଳନ ହେଉଛି ପବିତ୍ର ମକର ସଂକ୍ରାନ୍ତି । ଘରେ ଘରେ ପ୍ରସ୍ତୁତ ହେଉଛି ମକର ଚାଉଳ । ଆଜି ଶ୍ରୀ ମନ୍ଦିରରେ ମକର ବେଶ ରେ ସୁସଜ୍ଜିତ ହେବେ ଶ୍ରୀଯୀଉ । ସକାଳୁ ମଙ୍ଗଳ ଆଳତୀ , ଧୂପ , ତଡ଼ପ ଲାଗି , ମଇଲମ . ଗୋପାଳ ବଲ୍ଲଭ , ସର୍ବାଙ୍ଗ ଲାଗି , ମୁଳଚୂଆ ଓ ନୂଆଲୁଗା ଲାଗି ପରେ ମକର ବେଶ ଆରମ୍ଭ ହୋଇଥାଏ । ଘଣ୍ଟ।, ଛତା , କହାଳୀ , ପଟୁଆର ସହିତ ହାତ ପଇଠ ହୋଇ ରୋଷ ଘର ଠାରୁ ଭୋଗ ଶ୍ରୀଛାମୁକୁ ଆସିଥାଏ । ଏହା ମଧ୍ୟରେ ମକର ଚାଉଳ ପ୍ରସ୍ତୁତ ପାଇଁ ରୋଷ ଘରୁ ନଡ଼ିଆ , ଘିଅ , ମିଠା , ମସଲା. କ୍ଷିର ଓ ସର ଅଣାଯାଇଥାଏ । ଏହାପରେ ମକର ଚାଉଳକୁ ନେଇ ୩ ଥର ମୁଖ୍ୟ ମନ୍ଦିରକୁ ପରିକ୍ରମା କରିବା ପରେ ଶ୍ରୀଛାମୁଙ୍କୁ ଲାଗି କରାଯାଇଥାଏ ।
ଅନ୍ୟପଟେ ଦକ୍ଷିଣ ଭାରତରେ ଏହି ପର୍ବକୁ ଧୁମଧାମ ସହ ୩ ଦିନ ଧରି ପାଳନ କରାଯାଇଥାଏ । ଏହି କ୍ରମରେ ଓଡ଼ିଶାରେ ରହୁଥିବା ତେଲୁଗୁ ସଂମ୍ପ୍ରଦାୟର ଲୋକ ମାନେ ମଧ୍ୟ ଏହି ସଂକ୍ରାନ୍ତିକୁ ପୋଙ୍ଗଲ ଭାବେ ପାଳନ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking