30 C
Bhubaneswar
Thursday, July 16, 2026
Homeଦେଶ ବିଦେଶସମୁଦ୍ରରେ ବୁଡି ୩ ମୃତ

ସମୁଦ୍ରରେ ବୁଡି ୩ ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରୁ ଏକ ଭୟଙ୍କର ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ସମୁଦ୍ରରେ ବୁଡି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ନିଖୋଜ ଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ, ସିନ୍ଧୁଦୁର୍ଗରେ ପିକ୍‌ନିକ୍ କରୁଥିବା ସମୟରେ ଗୋଟିଏ ପରିବାର ୩ ଜଣ ସଦସ୍ୟ ଆରବ ସାଗରରେ ବୁଡି ପ୍ରାଣ ହରାଇଛନ୍ତି । ପୋଲିସ ରିପୋର୍ଟ କରିଛି ଯେ ଅନ୍ୟ ଚାରି ଜଣ ନିଖୋଜ ଅଛନ୍ତି । ଘଟଣାଟି ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ସମୟରେ ମୁମ୍ବାଇରୁ ୪୯୦ କିଲୋମିଟରରୁ ଅଧିକ ଦୂରରେ ଅବସ୍ଥିତ ଶିରୋଦା-ଭେଲାଗର ବେଳାଭୂମିରେ ଏହି ଘଟଣା ଘଟିଛି ।

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଜଣେ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଗୋଟିଏ ପରିବାରର ଆଠ ଜଣ ସଦସ୍ୟ ପିକନିକ୍ ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ କୁଡାଲ (ସିନ୍ଧୁଦୁର୍ଗ)ରେ ରହୁଥିଲେ, ଯେତେବେଳେ ଅନ୍ୟ ଛଅ ଜଣ ବେଲଗାମ (ବେଲଗାଭି, କର୍ଣ୍ଣାଟକ)ରୁ ଆସିଥିଲେ। ସମସ୍ତ ଆଠ ଜଣ ପହଁରିବା ପାଇଁ ସମୁଦ୍ରକୁ ଯାଇଥିଲେ, କିନ୍ତୁ କିଛି ସମୟ ପରେ ସେମାନେ ବୁଡ଼ି ଯିବାକୁ ଲାଗିଲେ। ସୂଚନା ପାଇ ପୋଲିସ ଏବଂ ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।” ଜଣେ ପୋଲିସ ଅଧିକାରୀ କହିଛନ୍ତି, “ତଲାସି ସମୟରେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅନ୍ୟ ଚାରି ଜଣ ଏବେ ବି ନିଖୋଜ ଅଛନ୍ତି।” ଉଦ୍ଧାର କାର୍ଯ୍ୟ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking