25.8 C
Bhubaneswar
Saturday, July 25, 2026
Homeଓଡିଶାଭୁବନେଶ୍ୱର ଜିଲ୍ଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ

ଭୁବନେଶ୍ୱର ଜିଲ୍ଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଶିକ୍ଷା ନୀତି ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଶିକ୍ଷା କ୍ଷେତ୍ରରେ ବିଫଳତା ଓ ପରୀକ୍ଷା ପରିଚାଳନାରେ ଅନିୟମିତତା କାରଣରୁ ଲକ୍ଷ ଲକ୍ଷ ଯୁବକ ଓ ଛାତ୍ର ମାନଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । କଂଗ୍ରେସ ଦଳ ସର୍ବଦା ଯୁବ ଛାତ୍ର ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢ଼େଇ କରିଆସିଛି । ପ୍ରତିବାଦ କାରଣରୁ କଂଗ୍ରେସ ନେତୃବୃନ୍ଦ ମାନଙ୍କୁ ଅମାନବୀୟ ଆକ୍ରମଣର ଶିକାର ହେବାକୁ ପଡ଼ିଛି । ମୋଦି ସରକାରରେ ଚାଲିଥିବା ଏହି ବିଫଳତା ପ୍ରତିବାଦରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶକ୍ରମେ ଆଜି ତା. ୨୫.୭.୨୦୨୬ ରିଖ ଶନିବାର ସଂଧ୍ୟା ସମୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣ “ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ” ଜିଲ୍ଲା ସଭାପତି ପ୍ରକାଶଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକରେ ନୀରବ ସତ୍ୟାଗ୍ରହ ଓ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇ ଯୁବକ ଓ ଛାତ୍ରମାନଙ୍କ ଯେତେ ପର୍ଯ୍ୟନ୍ତ ନ୍ୟାୟ ମିଳିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଭାରତ ବର୍ଷର ସମସ୍ତ ଯୁବ ଛାତ୍ରମାନଙ୍କୁ କ୍ଷମା ମାଗିବା ସହ ତୁରନ୍ତ ସେମାନେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ । ଏହି କାର୍ଯ୍ୟକ୍ରମରେ ପୂର୍ବତନମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଅରବିନ୍ଦ ଦାସ, କିଶୋର ଜେନା, ମନୋରଞ୍ଜନ ଦାସ, ସତ୍ୟବ୍ରତ ନାୟକ, ପ୍ରସନ୍ନ ଚମ୍ପତି, ପ୍ରକାଶ ମିଶ୍ର, ଉଦିତ ପ୍ରଧାନ, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଧି, ସୁବ୍ରତ ମହାପାତ୍ର, ଶ୍ରୀୟା ମହାନ୍ତି, ଶ୍ରୀୟା ପଣ୍ଡା, ରାଜ କିଶୋର ବାରିକ, ସୂର୍ଯ୍ୟକାନ୍ତ ଜେନା, ଦେବାଶିଷ ରାଉତ, ବିଜୟ କୁମାର ସାମର୍ଥା, ଦେଓ ପ୍ରସାଦ, ଦେବୀ ପ୍ରସାଦ ବାହାଲିଆ, ପ୍ରମେସ ସାହୁ, ଦେବାଶିଷ ଦାସ, ସୌମେନ୍ଦ୍ର ମହାନ୍ତି, ଭାଗବତ ଜେନା, ଅକ୍ଷୟ କୁମାର ଦାସ, ଆଶ୍ରୀତ ପରିଜା, ନାରାୟଣ ଜେନା ଓ ଆତ୍ମାରାମ ପତି ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଉକତ ସତ୍ୟାଗ୍ରହରେ ସାମଲି ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking