40.1 C
Bhubaneswar
Saturday, April 27, 2024
Homeଖେଳଥୋମାସ୍‌-ଉବର କପ୍‌; ଇଣ୍ଡୋନେସିଆ ଗ୍ରୁପ୍‌ରେ ଭାରତୀୟ ପୁରୁଷ ଟିମ୍‌

ଥୋମାସ୍‌-ଉବର କପ୍‌; ଇଣ୍ଡୋନେସିଆ ଗ୍ରୁପ୍‌ରେ ଭାରତୀୟ ପୁରୁଷ ଟିମ୍‌

ନୂଆଦିଲ୍ଲୀ : ଚୀନ୍‌ର ଚେଙ୍ଗଦୁରେ ଏପ୍ରିଲ୍ ୨୭ରୁ ମେ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଥୋମାସ୍ ଓ ଉବର୍ କପ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ଶୁକ୍ରବାର ଡ୍ର’ ଅନୁଷ୍ଠିତ ହୋଇଛି । ଡ୍ର’ ଅନୁସାରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତୀୟ ପୁରୁଷ ଟିମ୍ କଷ୍ଟକର ଗ୍ରୁପ୍‌-ସି’ରେ ହେଭିୱେଟ୍ ତଥା ଗତବର୍ଷର ରନର୍ସଅପ୍ ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଇଂଲଣ୍ଡ ସହ ସ୍ଥାନ ପାଇଛି । ଗତବର୍ଷ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ଇଣ୍ଡୋନେସିଆକୁ ୩-୦ରେ ହରାଇ ଭାରତ ବିଶ୍ୱର ୬ଷ୍ଠ ଦେଶ ଭାବେ ଥୋମାସ୍ କପ୍ ଜିତିଥିଲା । ସେହିପରି ଭାରତୀୟ ମହିଳା ଟିମ୍ ଶକ୍ତିଶାଳୀ ଚୀନ୍‌, କାନାଡା ଏବଂ ସିଙ୍ଗାପୁର ସହ ଉବର କପ୍‌ର ଗ୍ରୁପ୍‌-ଏ’ରେ ରହିଛି । ଭାରତୀୟ ମହିଳା ଟିମ୍ ତିନିଥର ୧୯୫୭, ୨୦୧୪ ଏବଂ ୨୦୧୬ରେ ଟୁର୍ଣ୍ଣାମେଣ୍ଟ୍‌ର ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା । ପୁରୁଷ ଟିମ୍ ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ଟୁର୍ଣ୍ଣାମେଣ୍ଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମହିଳା ଟିମ୍ ଚଳିତ ବର୍ଷ ପ୍ରାରମ୍ଭରେ ମାଲେସିୟାରେ ଅନୁଷ୍ଠିତ ବ୍ୟାଡ୍‌ମିଣ୍ଟନ୍ ଏସିଆ ଟିମ୍ ଚାମ୍ପିଅନ୍‌ଶିପ୍‌ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ସ୍ଥାନ ପକ୍କା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking