29.1 C
Bhubaneswar
Thursday, May 9, 2024
Homeଗଣତନ୍ତ୍ର ଦିବସ- 2024ଏଥର ସାଧାରଣତନ୍ତ୍ର ଦିବସ ପରେଡରେ ଭାଗନେବେ କେବଳ ମହିଳା

ଏଥର ସାଧାରଣତନ୍ତ୍ର ଦିବସ ପରେଡରେ ଭାଗନେବେ କେବଳ ମହିଳା

ନୂଆଦିଲ୍ଲୀ : ଏଥର ସାଧାରଣତନ୍ତ୍ର ଦିବସ ସ୍ବତନ୍ତ୍ର ଢଙ୍ଗରେ ପାଳନ ହେବାକୁ ଯାଉଛି। ୨୦୨୪ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁ ଥିବା ପରେଡ, ପ୍ରଜ୍ଞାପନ ମେଢ ଓ ଅନ୍ୟାନ୍ୟ ନୃତ୍ୟଗୀତରେ କେବଳ ମହିଳାଙ୍କୁ ସାମିଲ କରାଯିବ। କେବଳ ମହିଳାଙ୍କୁ ନେଇ କର୍ତ୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କରାଯିବା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ୟ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗକୁ ଅବଗତ କରାଇଛି। କେବଳ ମହିଳାଙ୍କୁ ନେଇ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କରାଯିବା ସମ୍ପର୍କରେ ପ୍ରତିରକ୍ଷା ସଚିବ ଗିରିଧର ଅର୍ମାନେଙ୍କ ନେତୃତ୍ବରେ ଫେବୃଆରୀ ୭ରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କର୍ତ୍ତବ୍ୟ ପଥର ପରେଡ ଉତ୍ସବକୁ​‌ କେବଳ ମହିଳାଙ୍କୁ ନେଇ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଗତ ସାଧାରଣତନ୍ତ୍ର ଦିବସରେ ଭାରତ ସେନା ଏହାର ମହିଳା ଶକ୍ତିର ପ୍ରଦର୍ଶନ କରିଥିଲା। ବାୟୁସେନାର ୧୪୪ଜଣ ବୈମାନିକ ଯେଉଁ ଏୟାର ଶୋ’ କରିଥିଲେ ତାର ନେତୃତ୍ବ ନେଇଥିଲେ ଜଣେ ମହିଳା ଅଧିକାରୀ। ସେହିପରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏହାର ପ୍ରଜ୍ଞାପନ ମେଢରେ ନାରୀଶକ୍ତିର ମହତ୍ତ୍ବକୁ ପ୍ରଦର୍ଶନ କରିଥିଲେ। କେରଳ, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର ଓ ତେଲଙ୍ଗାନା ସରକାରଙ୍କ ପ୍ରଜ୍ଞାପନ ମେଢରେ ନାରୀଶକ୍ତିର ଗୁରୁତ୍ବକୁ ପ୍ରତିପାଦନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking