ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତ ହେଉଛି ସାରା ଦେଶ । ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡରେ ସ୍ୱତନ୍ତ୍ର ଭାବେ ଅଂଶ ଗ୍ରହଣ କରିବ ବାୟୁସେନା । କର୍ତ୍ତବ୍ୟ ପଥ ଆକାଶରେ ୫୦ ଏୟାରକ୍ରାଫ୍ଟ ନିଦଜର କୌଶଳ ପ୍ରଦର୍ଶ କରିବେ । ଏହା ସହିତ ନୌ ସେନାର ଆଇଏଲ-୩୮ ମଧ୍ୟ ପ୍ରଦର୍ଶିତ ହେବ । ଇଭେଣ୍ଟରେ ପ୍ରଥମ ଏବଂ ବୋଧହୁଏ ଶେଷ ଥର ପାଇଁ ଏହା ପ୍ରଦର୍ଶିତ ହେବ । ଏ ନେଇ ଭାରତୀୟ ବାୟୁସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହା ପ୍ରଥମ ଥର ପାଇଁ ଏବଂ ବୋଧହୁଏ ଶେଷ ଥର ପାଇଁ ଗଣତନ୍ତ୍ର ଦିବସ ପାଳନ ସମୟରେ ଆଇଏଲ -୩୮ ପ୍ରଦର୍ଶିତ ହେବ ବୋଲି ଜଣେ ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ୫୦ ବିମାନ ମଧ୍ୟରେ ଏହା ରହିବ । ଅଧିକାରୀଙ୍କ କହିବାନୁସାରେ, ଆଇଏଲ -୩୮ ହେଉଛି ଭାରତୀୟ ନୌସେନାର ଏକ ସାମୁଦ୍ରିକ ବିମାନ ଯାହାକି ପ୍ରାୟ ୪୨ ବର୍ଷ ଧରି କାର୍ଯ୍ୟ କରିଛି ।