32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବାଣ ଗୋଦାମରେ ନିଆଁ ଲାଗି ୧୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବାଣ ଗୋଦାମରେ ନିଆଁ ଲାଗି ୧୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଅତ୍ତିବେଲେ ସ୍ଥିତ ବାଣ ଗୋଦାମରେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିବାରୁ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୭ଜଣ ଆହତ ହୋଇଛନ୍ତି । ଦୋକାନ ମାଲିକ ସହିତ ଅନ୍ୟ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ ଅନ୍ୟ ହସପିଟାଲଙ୍କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ପୋଲିସ ଅଧୀକ୍ଷକ କହିଛନ୍ତି, ନିଆଁ ଲାଗିବା ସମୟରେ କିଛି କର୍ମଚାରୀ ଗୋଦାମ ଭିତରେ କାମ କରୁଥିଲେ । ତେଣୁ ବାଣ ବିସ୍ଫୋରଣ ଯୋଗୁଁ ବାହାରି ପାରିନଥିଲେ । ତେବେ ମୃତକ ୧୩ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦମକଳ ଗାଡି ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ରହିଛି । ଗୋଦାମ ପାଖରେ ରଖାଯାଇଥିବା କେତୋଟି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶୋକ ପ୍ରକାଶ କରିଛନ୍ତି । ଏହି ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ଦୀପାବଳି ପୂର୍ବରୁ ଏଭଳି ଅଘଟଣ ସମସ୍ତଙ୍କ ମନରେ ଛନକା ପସାଇ ଦେଇଛି । ଦିଲ୍ଲୀରେ ବାଣ ଉପରେ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି । ଗ୍ରୀନ କ୍ରାକର୍ସ ମଧ୍ୟ ଫୁଟାଇବାକୁ ଅନୁମତି ମିଳିନାହିଁ । ଏହାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking