32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଆଫଗାନିସ୍ତାନ ଭୂମିକମ୍ପରେ ୨୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ଆଫଗାନିସ୍ତାନ ଭୂମିକମ୍ପରେ ୨୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପୁଣି ପ୍ରଳୟ ଆଣିଛି ଭୀଷଣ ଭୂମିକମ୍ପ । ତାଲିବାନ୍ ପ୍ରବକ୍ତାଙ୍କ ସୂଚନା ମୁତାବକ, ପଶ୍ଚିମ ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପରେ ଏଯାଏଁ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲାଣି । ପଶ୍ଚିମ ଆଫଗାନିସ୍ତାନ ଓ ଇରାନର ସୀମାରେ ସୃଷ୍ଟି ହୋଇଥିବା ଏହି ଶକ୍ତିଶାଳୀ ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।ଏହାସହ ହଜାର ହଜାର ସଂଖ୍ୟାରେ ଲୋକ ବାସହୀନ ହୋଇପଡିଛନ୍ତି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଥିଲା । ଭୂମିକମ୍ପରେ ହେରାତ ସହରର ପାଖାପାଖି ୪୦ କିଲୋମିଟର ଦୂରତା ଭିତରେ ଥିବା ୬ଟି ଗାଁଁ ଧ୍ୱଂସ ହୋଇଛି । ଶହଶହ କୋଠା ମାଟିରେ ମିଶିଛି । ଏବେବି ଅନେକ ଲୋକ ମାଟି ତଳେ ପୋତି ହୋଇରହିଥିବାରୁ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି । ସଂଯୁକ୍ତ ରାଜ୍ୟ ଭୂବୈଜ୍ଞାନିକ ସର୍ବେକ୍ଷଣ ରିପୋର୍ଟ ମୁତାବକ, ଗୋଟିଏ ଦିନରେ ଲଗାତାର ୬.୩, ୫,୯, ୫.୫ ତୀବ୍ରତାର ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷତି ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking