32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବାବା କାନ୍ଧରେ ପକେଇଛନ୍ତି ୧.୨୫ କିଲୋର ସୁନା ପଇତା

ବାବା କାନ୍ଧରେ ପକେଇଛନ୍ତି ୧.୨୫ କିଲୋର ସୁନା ପଇତା

ନୂଆଦିଲ୍ଲୀ: ଗୁଜୁରାଟ ରାଜକୋଟର ଆତ୍ମଘୋଷିତ ବାବା ବିଜୟ । କାନ୍ଧେରେ ୧.୨୫କିଲୋ ଗ୍ରାମର ସୁନା ପଇତା ପକାଇ ଏବେ ଚର୍ଚ୍ଚାରେ । ଆଉ ଏହା ଦେଖି ଜଣେ ବ୍ରାହ୍ମଣ କଦାପି ଗରିବ ହୋଇପାରିବ ନାହିଁ ବୋଲି ଏହା ଜରିଆରେ ପ୍ରାମଣ କରିଦେଇଛି । ଗୁରୁଜୀ ନାମରେ ପରିଚିତ ବିଜୟ ବଦୋଦରାସ୍ଥିତ ମାଲସାର ଗାଁର ଗଜାନନ ଆଶ୍ରମରେ ରହୁଛନ୍ତି । ୨୦୧୮ ମସିହାରୁ ସେ ସୁନା ପିତାେ ପିନ୍ଧୁଛନ୍ତି । ନିଜ ଅଣ୍ଟାରେ ସବ୍ୟଦା ଏକ ବନ୍ଧୁକ ରଖିଛନ୍ତି ସେ । ନର୍ମଦା ନଦୀ ପରିକ୍ରମା କରୁଥିବା ସମସ୍ତ ତୀର୍ଥଯାତ୍ରୀଙ୍କୁ ତାଙ୍କ ଆଶ୍ରମ ମାଗଣା ଆଶ୍ର ଓ ଖାଦ୍ୟ ପ୍ରଦାନ କରେ । ତେବେ ଭାରତ ସମେତ ଆଫ୍ରିକୀ ଦେଶମାନଙ୍କରେ ବିଜଙ୍କର ଅନେକ ଅନୁଗାମୀ ଅଛନ୍ତି । ସେ ପ୍ରଭୁ ଶ୍ରୀଗଣେଷଙ୍କର ଜଣେ ପୂଜାରୀ । ରାଜକୋଟ ସ୍ଥିତ ତାଙ୍କ ଘର ବିଘ୍ନରାଜ ନାମରେ ପରିଚିତ । ଆଉ ସେ ସୁନା ପଇତା ପିନ୍ଧିବାକୁ ପ୍ରତିଜ୍ଞା କରିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking