27.1 C
Bhubaneswar
Wednesday, June 26, 2024
Homeଓଡିଶାତୃତୀୟ ପର୍ୟ୍ୟାୟ : ୩୮୩ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୨ଜଣ ନିରକ୍ଷର

ତୃତୀୟ ପର୍ୟ୍ୟାୟ : ୩୮୩ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୨ଜଣ ନିରକ୍ଷର

ଭୁବନେଶ୍ବର: ଶନିବାର  ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ତୃତୀୟ ପର୍ୟ୍ୟାୟ ମତଦାନ । ଏହି ପର୍ୟ୍ୟାୟରେ ୬ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ତୃତୀୟ ପର୍ୟ୍ୟାୟ ମତଦାନ ପୂର୍ବରୁ ଗୁରୁବାର ସରିଛି ପ୍ରଚାର । ରାଜ୍ୟର ୩ ପ୍ରମୁଖ ଦଳର ହେଭିୱେଟ ପ୍ରଚାର ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ଓ ଅନ୍ୟପଟେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ମାରାଥନ ପ୍ରଚାର ପରେ ଏବେ ଶାନ୍ତ ପଡ଼ିଛି ପ୍ରଚାର ମୈଦାନ । ଶନିବାର ୬୪ ସାଂସଦ ପ୍ରାର୍ଥୀ ଓ ୩୮୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ତୃତୀୟ ପର୍ୟ୍ୟାୟରେ ମୋଟ ୩୮୩ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୨ଜଣ ନିରକ୍ଷର, ୧୧ଜଣ ପଞ୍ଚମ ପାସ୍‌, ୩୨ଜଣ ଅଷ୍ଟମ ପାସ୍‌, ୪୯ଜଣ ଦଶମ ପାସ‌୍‌, ୬୩ଜଣ ଯୁକ୍ତ ଦୁଇ ପାସ୍‌, ୮୬ଜଣ ସ୍ନାତକ, ୬୦ଜଣ ବୃତ୍ତିଗତ ସ୍ନାତକ, ୫୮ଜଣ ସ୍ନାତକୋତ୍ତର, ୬ଜଣ ଡକ୍ଟରେଟ ଓ ୧୨ଜଣ ଡିପ୍ଲୋମା ଡିଗ୍ରୀଧାରୀ ରହିଛନ୍ତି । ସେହିପରି ୬୪ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ସାକ୍ଷର ଜଣେ, ଅଷ୍ଟମ ପାସ୍‌ ଜଣେ, ଦଶମ ପାସ୍‌ ୯ଜଣ, ଦଶମ ପାସ୍‌ ୯ଜଣ, ଦ୍ବାଦଶ ପାସ୍‌ ୯ଜଣ, ସ୍ନାତକ ୧୪ଜଣ, ବୃତ୍ତିଗତ ସ୍ନାତକ ୧୦ଜଣ, ସ୍ନାତକୋତ୍ତର ୧୬ଜଣ, ଡିପ୍ଲୋମା ଜଣେ ଓ ୩ଜଣ ପିଏଚଡି ଡିଗ୍ରୀଧାରୀ ରହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking