40.1 C
Bhubaneswar
Monday, June 17, 2024
Homeଦେଶ ବିଦେଶରେଷ୍ଟୁରାଣ୍ଟ ଛାତ ଭୁଶୁଡ଼ି ୪ ମୃତ ୨୦ ଗୁରୁତର

ରେଷ୍ଟୁରାଣ୍ଟ ଛାତ ଭୁଶୁଡ଼ି ୪ ମୃତ ୨୦ ଗୁରୁତର

ସ୍ପେନ୍‌ : ସ୍ପେନ୍‌ର ମୈଲୋର୍କା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟର ଛାତ ଭୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଛି , ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଗୁରୁତର ମଧ୍ୟ ହୋଇଛନ୍ତି। ରେଷ୍ଟୁରାଣ୍ଟରେ ବହୁ ଗ୍ରାହକ ଥିବା ବେଳେ ଏହି ଅଘଟଣ ଘଟିଛି। ଛାତ ଗଳିଯିବାରୁ ତା’ ତଳେ ବହୁ ଲୋକ ଚାପି ହୋଇ ଯାଇଥିଲେ। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖସିଥିବା ଛାତ ତଳୁ ୪ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସଙ୍ଗେ ସଙ୍ଗେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତ ତଳେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟକୁ ଜାରି ରଖାଯାଇଛି । ଏପରି ଅଘଟଣ ପଛର କାରଣ ଯାଞ୍ଚ ନିମନ୍ତେ ଏକ ଟିମ୍‌ ଗଠିତ ହୋଇଥିବା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। ସ୍ପେନ୍‌ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking