33.1 C
Bhubaneswar
Tuesday, April 30, 2024
Homeଓଡିଶାଟ୍ୱିନସିଟିରେ ହେବ ୭ଟି ଫରେଷ୍ଟ ପାର୍କ

ଟ୍ୱିନସିଟିରେ ହେବ ୭ଟି ଫରେଷ୍ଟ ପାର୍କ

ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୭ଟି ସହରାଞ୍ଚଳ ବନ ଉଦ୍ୟାନ ବା ଅର୍ବାନ୍ ଫରେଷ୍ଟ ପାର୍କ । ସହରରେ କଂକ୍ରିଟ ଜଙ୍ଗଲ ଭିତରେ ସୃଷ୍ଟି ହେବ କୃତ୍ରିମ ଜଙ୍ଗଲ । ଜଙ୍ଗଲ ପରିବେଶ ମଧ୍ୟରେ ଚିତ୍ତବିନୋଦନର ସୁଯୋଗ ପାଇବେ ଲୋକେ । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବନ ବିଭାଗ । ସହରରେ ମିଳିବ ଜଙ୍ଗଲ ପରିବେଶ । ଟ୍ୱିନସିଟିରେ ହେବ ୭ଟି ଫରେଷ୍ଟ ପାର୍କ । କଟକରେ ୫ଟି ଓ ଭୁବନେଶ୍ୱରରେ ୨ଟି । ଓଏଫ୍‌ଡିସି ନେବ ଏହି ପାର୍କର ପରିଚାଳନା ଦାୟିତ୍ୱ । ଜଙ୍ଗଲ ନଷ୍ଟ ସାଙ୍ଗକୁ କଂକ୍ରିଟ ଜଙ୍ଗଲ ବୃଦ୍ଧି ଯୋଗୁଁ ପରିବେଶ ଦୂଷିତ ହେଉଛି । ସହର ଭିତରେ ଜଙ୍ଗଲ ପରିବେଶ ସୃଷ୍ଟି କରିବାକୁ ଯାଇ ସରକାରୀ ସ୍ତରରେ ନିଆଯାଇଛି ନିଷ୍ପତ୍ତି ।

ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୭ଟି ଅର୍ବାନ୍ ଫରେଷ୍ଟ ପାର୍କ । ଭୁବନେଶ୍ୱରରେ କୁଆଖାଇ ନଦୀ ତଟ କରୋଡକଣ୍ଟାରେ, କଟକରେ ଉତ୍ତମପୁର, ବେଲଗାଛିଆ, ଅରିଲୋ, ସେକ୍ଟର-୮, ବ୍ରଜରାଜପୁର ଆଦି ଅଞ୍ଚଳରେ ସ୍ଥାନ ଚିହ୍ନଟ ହୋଇଛି। ୧୫ ଏକରରୁ ଅଧିକ ଜମିରେ ପ୍ରତିଷ୍ଠା ପାଇଁ ବ୍ଲୁ ପ୍ରିଷ୍ଟ ପ୍ରସ୍ତୁତ କରିଛି ବନ ବିଭାଗ । ଭୁବନେଶ୍ୱରରେ ଥିବା ଜୟଦେବ ବାଟିକା ଶୈଳୀରେ ହେବ ଏହି ପାର୍କ । ବିଏମ୍‌ସି, ସିଏମ୍‌ସି ଅଥବା ଓଡ଼ିଶା ବନ ଉନ୍ନୟନ ନିଗମକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯିବ । ଟ୍ୱିନସିଟିରେ ଲୋକଙ୍କ ଆବଶ୍ୟକତା ମେଣ୍ଟାଇବାକୁ ପାର୍କର ଅଭାବ ରହିଛି । ଯାହା ଅର୍ବାନ୍ ଫରେଷ୍ଟ ପାର୍କର ପ୍ରତିଷ୍ଠା ସହିତ ପୂର୍ଣ୍ଣ ହୋଇପାରିବ । ଭୁବନେଶ୍ୱର ଓ କଟକରେ ଅଧିକ ଅର୍ବାନ୍ ଫରେଷ୍ଟ ପାର୍କର ପ୍ରତିଷ୍ଠା ନେଇ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଯୁବପିଢ଼ି । ଏହା ବ୍ୟତୀତ ରାଜ୍ୟରେ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ ୨ଟି ‘ନଗର ବନ’ । ଗୋଟିଏ ଭୁବନେଶ୍ୱର ପାତ୍ରପଡ଼ା ସ୍ଥିତ ଔଷଧୀୟ ବୃକ୍ଷ ସଂଜ୍ଞାନ କେନ୍ଦ୍ର ନିକଟରେ ଏବଂ ଅନ୍ୟଟି ଇସ୍ପାତ ନଗରୀ ରାଉରକେଲାରେ ପ୍ରତିଷ୍ଠା କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking