29.1 C
Bhubaneswar
Tuesday, April 28, 2026
Homeଓଡିଶାଟ୍ରେନ୍‌ ଟ୍ରାକ୍‌ରେ ଲାଗିଲା ନିଆଁ

ଟ୍ରେନ୍‌ ଟ୍ରାକ୍‌ରେ ଲାଗିଲା ନିଆଁ

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଷ୍ଟେଶନ ନିକଟରେ ଗତକାଲି ବିଶାଖାପାଟଣା-କିରାଣ୍ଡୁଳକୁ ସଂଯୋଗ କରୁଥିବା କେକେ ରେଳପଥରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ମାଲବାହୀ ଟ୍ରେନ୍‌ର ପ୍ରାୟ ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି।ଗତକାଲି ଅପରାହ୍ନରେ ମାଛକୁଣ୍ଡ ଷ୍ଟେସନ ପୂର୍ବରୁ ବିଭିଏଫ୍ ୬୦/ ଜି୯ ନାମକ ମାଲଗାଡ଼ି ଟ୍ରେନର ଏକାଧିକ ବଗିର ତଳଭାଗରେ ନିଆଁ ଲାଗି ଯାଇଥିଲା। ଫଳରେ ମାଛକୁଣ୍ଡ ଷ୍ଟେସନରେ ଟ୍ରେନ୍‌ଟିକୁ ଅଟକ ରଖି ଟ୍ରେନ୍‌ ଡ୍ରାଇଭର ରେଳ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଷ୍ଟେସନ କର୍ତ୍ତୃପକ୍ଷ ନନ୍ଦପୁର ଅଗ୍ନିଶମ ବାହିନୀକୁ ଖବର ଦେବା ମାତ୍ରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ପ୍ରାୟ ସନ୍ଧ୍ୟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହାପରେ କ୍ଷତିଗ୍ରସ୍ତ ହୋଇଥିବା ବଗିଗୁଡ଼ିକୁ ବାହର କରାଯିବା ପରେ ରାତି ପ୍ରାୟ ୧୦ଟା ପରେ ଟ୍ରେନ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking