28.1 C
Bhubaneswar
Wednesday, October 14, 2026
Homeଓଡିଶାରାଜ୍ୟପାଳ ପଦବିର ମର୍ଯ୍ୟାଦା ରଖନ୍ତୁ ବ୍ରଜମୋହନ ରାମ

ରାଜ୍ୟପାଳ ପଦବିର ମର୍ଯ୍ୟାଦା ରଖନ୍ତୁ ବ୍ରଜମୋହନ ରାମ

ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଶପଥ ନେବା ପୂର୍ବରୁ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଓଡ଼ିଶା କଂଗ୍ରେସ ଦ୍ୱାରା ସମାଲୋଚିତ ହୋଇଛନ୍ତି। ପିଟିଆଇକୁ ଏକ ସାକ୍ଷାତକାରରେ ଶ୍ରୀ ରାମ ‘ଅତୀତରେ ଝାଡ଼ଖଣ୍ଡ ପରି ଓଡ଼ିଶାରେ ମଧ୍ୟ ବିଜେପି ଏସସି ମୋର୍ଚ୍ଚା ପାଇଁ କାମ କରିବେ’ ବୋଲି କହିଥିବା ନେଇ ଗଣମାଧ୍ୟମ ରିପୋର୍ଟ ଉପରେ ବୁଧବାର ସାମ୍ବାଦିକଙ୍କୁ ସମ୍ବୋଧନ କରି ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଥିଲେ, “ରାଜ୍ୟପାଳ ପରି ମର୍ଯ୍ୟାଦାପୂର୍ଣ୍ଣ ପଦବି ପାଇବା ପରେ ଓଡ଼ିଶାରେ ବିଜେପିର ଭୋଟ ବଢ଼ାଇବା ପାଇଁ କାମ କରିବେ” ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏହା ବିଜେପିର ଅସଲ ଚରିତ୍ରକୁ ସ୍ପଷ୍ଟ କରୁଛି। ସେ କହିଥିଲେ, “ବିଜେପି ସରକାର ଦେଶର ଗୋଟିଏ ପରେ ଗୋଟିଏ ସାମ୍ବିଧାନିକ ସଂସ୍ଥାକୁ ଦଳର କବଜା କରିଚାଲିଛନ୍ତି। ତେବେ, ଏତେ ଉଚ୍ଚ ପଦବୀରେ ଯୋଗ ଦେବାକୁ ଯାଉଥିବା ପୂର୍ବରୁ କେହି ଏପରି ଖୋଲାଖୋଲି ଦଳୀୟ ରାଜନୀତି କରିନଥିଲେ। ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହେବା ପରେ ସେ ସମ୍ବିଧାନର ଧାରା 152ରୁ 162 ଓ 213, 356 ପରି ସମ୍ପର୍କିତ ଧାରାଗୁଡ଼କ ପଢ଼ି ନିଜ ଦାୟିତ୍ୱବୋଧ ବିଷୟରେ ସଚେତନ ହେବା ବଦଳରେ ଏପରି ନିମ୍ନ ସ୍ତରର ମନ୍ତବ୍ୟ ଦେବା ନିନ୍ଦନୀୟ।” ଏପରି ବ୍ୟକ୍ତିଙ୍କୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରନ୍ତୁ କିମ୍ବା ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କୁ ଶପଥ କରାଇବାରେ ନିଜର ଆପତ୍ତି ଦର୍ଶାନ୍ତୁ ବୋଲି ଶ୍ରୀ ଦାସ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking