28.1 C
Bhubaneswar
Friday, April 26, 2024
Homeଓଡିଶାସମେଶଙ୍କ ପାଇଁ ସରକାରୀ ସହାୟତା ସାତସପନ : ଦୁଇ କଟାହାତରେ ପରିବାର ପୋଷିବା ଚିନ୍ତା

ସମେଶଙ୍କ ପାଇଁ ସରକାରୀ ସହାୟତା ସାତସପନ : ଦୁଇ କଟାହାତରେ ପରିବାର ପୋଷିବା ଚିନ୍ତା

ଫିରିଙ୍ଗିଆ : ଦୁଇ କଟାହାତରେ ପରିବାର ପୋଷଣ ଚିନ୍ତା । ଦୀର୍ଘ ୬ ବର୍ଷ ହେଲା ଏଭଳି ପରିସ୍ଥିତିରେ ଗତି କରୁଛନ୍ତି ଜଣେ ୩୮ ବର୍ଷର ଯୁବକ ସମେଶ କହଁର । ଘରେ ବୃଦ୍ଧ ବାପା-ମାଆ ସହିତ ଜଣେ ଅବିବାହିତ ଭଉଣୀ । ପରିବାର ଚଳାଇବା ପାଇଁ ଗତ ୬ ବର୍ଷତଳେ କିଛି ରୋଜଗାର ଆଶାରେ ସମେଶ ବ୍ରହ୍ମପୁର ଯାଇଥିଲେ । ଶ୍ରମିକ ଭାବେ କାମ କରି ଯାହା ରୋଜଗାର କରୁଥିଲେ ସେଥିରୁ ବାପା-ମା’ଙ୍କ ପାଖକୁ କିଛି ପଠାଉଥିଲେ । ହେଲେ ବିଧିର ବିଧାନ ଥିଲା ଅଲଗା । ବୋରିଙ୍ଗ୍ ଗାଡ଼ିରେ ତଳେ ପଶି କାମ କରୁଥିବା ବେଳେ ଗାଡ଼ିର ଉପରିଭାଗ ବିଦ୍ୟୁତ୍ ଲାଗିଯିବାରୁ ସେଠାରେ ତାଙ୍କର ଦୁଇ ହାତ ସଂପୂର୍ଣ୍ଣ ପୋଡ଼ିଯାଇଥିଲା । ଜୀବନ ବଂଚିଗଲା ସତ, କିନ୍ତୁ ଦେଇଗଲା ଅନେକ ସମସ୍ୟା । ବିଶାଖପାଟଣାରେ ଚିକିତ୍ସା ବେଳେ ଦୁଇ ହାତ କାଟି ଦିଆଯାଇଥିଲା । ସେହିଦିନ ଠାରୁ ତାଙ୍କର ଓ ପରିବାରର ଦୁଃଖ ସରୁନାହିଁ । ଗୋଟିଏ ପଟେ କାମ କରୁଥିବା ବୋରିଙ୍ଗ ଗାଡ଼ିର ମାଲିକ କିଛି ଅର୍ଥ ଦେଇ ନିରବ ରହିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ମିଳିନାହିଁ ସମେଶକୁ କୌଣସି ପ୍ରକାର କ୍ଷତିପୂରଣ । ବର୍ତ୍ତମାନ ପରିବାରରେ ୭୦ ବର୍ଷର ବୃଦ୍ଧ ବାପା-ମା’ ସହିତ ଜଣେ ଅବିବାହିତ ବଡ଼ଭଉଣୀ । ଦୀର୍ଘ ୬ ବର୍ଷ ପରେ ମଧ୍ୟ ମିଳିନାହିଁ କିଛି ସରକାରୀ ସହାୟତା । ବହୁବାର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ଗୁହାରି ଜଣାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସମେଶଙ୍କୁ କେବଳ ମିଳିଛି ଦିବ୍ୟାଙ୍ଗ ଭତ୍ତା ବାବଦରେ ୫୦୦ ଟଙ୍କା । ଘର ଖଣ୍ଡିଏ ପାଇଁ ବହୁବାର କାକୁତି ମିନତି ହୋଇଛନ୍ତି । କିନ୍ତୁ କୌଣସି ନିର୍ବାଚିତ ଲୋକ ପ୍ରତିନିଧିଙ୍କ ନଜର ପଡ଼ିନାହିଁ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ନଜର । ଏପରିକି ରାସନକାର୍ଡ଼ ଟିଏ ମଧ୍ୟ ସମେଶ ନାମରେ ହେବା ସମ୍ଭବ ହୋଇ ପାରିନାହିଁ । ବୃଦ୍ଧ ବାପା-ମାଆ ଯୋଗୁଁ ସମେଶ ନିଜ କଷ୍ଟରେ ଖାଇବା, ଗାଧୋଇବା , ଶୌଚ କରିବାକୁ ପଡ଼ୁଛି । ସରକାର ସେମାନଙ୍କ ପ୍ରତି ସହାୟ ହେବା ପାଇଁ ସମେଶ, ମା’ପଦ୍ମା କହଁର ଓ ଅଭିବାହିତ ବଡ଼ ଭଉଣୀ ରେବତୀ କହଁର କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking