31.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗସ୍କୁଲରୁ ଚୋରୀ ଘଟଣାରେ ୨ ଗିରଫ , ଜଣେ ଫେରାର

ସ୍କୁଲରୁ ଚୋରୀ ଘଟଣାରେ ୨ ଗିରଫ , ଜଣେ ଫେରାର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଳା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମପଞ୍ଚାୟତ ଅଖାପୋଲଣ ପ୍ରାଥମିକ ବିଦ୍ୟାଳୟରୁ ଚୋରୀ ହୋଇ ଯାଇଥିବା ସାମଗ୍ରୀକୁ ଠାକୁରମୁଣ୍ଡା ଥାନା ପୋଲିସ ଉଦ୍ଧାର କରିବା ସହ ଚୋରୀ ଘଟଣାରେ ସଂପୂର୍କ୍ତ ୨ ଜଣକୁ ଗିରଫ କରିଛି ପୋଲିସ। ସମ୍ପୃକ୍ତ ଅନ୍ୟ ଜଣେ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଗିରଫ ୨ ଜଣ ଅଖାପୋଲାଣ ଗ୍ରାମର ବୋଲି ଜଣାପଡ଼ିଛି। କରୋନାକୁ ନେଇ କିଛିଦିନ ପୂର୍ବରୁ ଲୋକଡାଉନ ହୋଇଥିଲା। ଏହାର ସୁଯୋଗ ନେଇ ଅଖାପୋଲାଣ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଲାଗିଥିବା କବାଟ,ଝରକା,ସିଲିଂ ଫ୍ୟାନ ସହିତ ଅନ୍ୟାନ୍ୟ ଆସବାବପତ୍ର ଗୁଡିକ ଚୋରୀ କରି ନେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଳୟରୁ ଚୋରୀ ହୋଇ ଯାଇଥିବା ସମ୍ପର୍କରେ ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାର ଅନୁସନ୍ଧାନ କରି ସ୍କୁଲରୁ ଚୋରୀ କରି ଥିବା ଅଖାପୋଲାଣ ଗ୍ରାମର ରାମଚନ୍ଦ୍ର କୁଦାଦା ଓ ଭୁବନ ସିମିନାଖିଆଙ୍କ ଘରୁ ଚୋରୀ ହୋଇଥିବା କାଠ ନିର୍ମିତ ୫ ଟି କବାଟ,୩ ଟି ଝରକା,୧ ଟି ଟେବୁଲ,୪ ଟି ସିଲିଂ ଫ୍ୟାନ ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରଥିଲା ପୋଲିସ ସମ୍ପୃକ୍ତଙ୍କ ମଧ୍ୟରୁ ଦୁଇଜଣକୁ ଗିରଫ କରିଛି। ସେହିପରି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଫେରାର ରହିଥିବା ବେଳେ ଖୁବଶୀଘ୍ର ଧରାପଡିବ ବୋଲି ସୂଚନା ଦେଇଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking