29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସମସ୍ୟା ଘେରରେ ଗ୍ରାମବାସୀ

ସମସ୍ୟା ଘେରରେ ଗ୍ରାମବାସୀ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ବାଟପଳସା ଗ୍ରାମରେ ସମସ୍ୟା କହିଲେ ନ ସରେ। ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାଟପଳସା ଗ୍ରାମବାସୀ । RD ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ନା ହୋଇଛି କଂକ୍ରିଟ ନା ଅଛି ଡ୍ରେନେଜର ବ୍ୟବସ୍ଥା । ଯୋଉଥିପାଇଁ ପାଣି ବାହାରି ନ ପାରି ରାସ୍ତାରେ ଜମିରହି କାଦୁଅ ହେଉଛି। ଏମିତି କି ବର୍ଷାଦିନେ ଅନେକ ସମୟରେ ଗାଁ ରାସ୍ତାରେ ଚଳପ୍ରଚଳ କରିବା ଅସମ୍ଭବ ହୋଇପଡୁଛି।ଅନ୍ୟପଟେ ପଞ୍ଚାୟତ କାର୍ଯ୍ୟଳୟରୁ ବୁଢ଼ୀ ପୋଖରୀକୁ ମଧ୍ୟ ରାସ୍ତା ଆଜିପର୍ଯ୍ୟନ୍ତ ହୋଇ ପାରୁନି। ମହାନ୍ତସାହି ଠାରୁ ବନ୍ଧସାହି ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନର ଅବସ୍ଥା ମଧ୍ୟ ସମାନ। ଲୋକେ ଅଭିଯୋଗ ପରେ ଅଭିଯୋଗ କରିଥିଲେ ମଧ୍ୟ ବିତି ଗଲାଣି 15 ବର୍ଷ। ସରପଞ୍ଚ ପରେ ସରପଞ୍ଚ ଗଲେଣି ହେଲେ କାହାରି ଦୃଷ୍ଟି ପଡୁନି। ବନ୍ଧସାହି ଲୋକେ ପଲ୍ଲୀସଭାରେ ଉପସ୍ଥିତ ହୋଇ ପ୍ରସ୍ତାବ ସହ ଅଭିଯୋଗ କରି ମଧ୍ୟ ହତାଶ ।ଗୋଟେପଟେ ପଞ୍ଚାୟତିରାଜ ବିଭାଗ କହୁଛି ପଲ୍ଲୀସଭା ଓ ଗ୍ରାମସଭାରୁ ଅନୁମୋଦିତ ପ୍ରସ୍ତାବ କାର୍ଯ୍ୟକାରୀ ହେବ। କିନ୍ତୁ ବାସ୍ତବରେ ଠିକାଦାର, ସରପଞ୍ଚ, ଯନ୍ତ୍ରୀଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେଉଥିବା ଦେଖିବାକୁ ମିଳୁଛି। ପଲ୍ଲୀସଭା କି ଗ୍ରାମସଭାର କୌଣସି ମୂଲ୍ୟ ରହୁନଥିବାରୁ ଲୋକମାନେ ସମସ୍ୟାରେ ଛନ୍ଦି ହୋଇ ଅସୁବିଧା ମଧ୍ୟରେ ଜୀବନ ଜିଉଁଛନ୍ତି। ଆଉ ଅନ୍ୟଏକ ସମସ୍ୟା ଯାହାକି ଅଚଳ ଅବସ୍ଥାରେ ବାଟପଳସା ଗ୍ରାମରେ ଥିବା ଯାତ୍ରୀପ୍ରତିକ୍ଷାଳୟ ଆଜକୁ 2016-17ମସିହାରେ କାର୍ଯ୍ୟକାରୀ ହେଇଥିଲେ ମଧ୍ୟ ତାହାବି ସମ୍ପୂର୍ଣ୍ଣ ହୋଇପାରୁନି ।ଖରାଦିନ ହେଉ ବା ବର୍ଷାଦିନ ହେଉ ଲୋକେ ଯିବା ଆସିବା ସମୟରେ ଆଶ୍ରୟ ପାଉ ନାହାଁନ୍ତି। ତେବେ ଏସବୁ ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking