27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଅର୍ଥନୀତିକୁ ଭଲ ଫଳ ଦେଲା ବିଶ୍ବକପ୍, ୨୨ ହଜାର କୋଟିର ଲାଭ କଲେ ବ୍ୟାବସାୟିକ ସଂସ୍ଥା

ଅର୍ଥନୀତିକୁ ଭଲ ଫଳ ଦେଲା ବିଶ୍ବକପ୍, ୨୨ ହଜାର କୋଟିର ଲାଭ କଲେ ବ୍ୟାବସାୟିକ ସଂସ୍ଥା

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଦିନିକିଆ କ୍ରିକେଟ ବିଶ୍ବକପ୍‌ର ଫାଇନାଲ୍‌ରେ ଯଦିଓ ଅଷ୍ଟ୍ରେଲିଆଠାରୁ ଭାରତ ହାରିଯାଇଥିଲା, କିନ୍ତୁ ଅର୍ଥନୀତି ପାଇଁ ଏହି ବିଶ୍ବକପ୍ ବେଶ ଲାଭଦାୟକ ହୋଇଛି। ଏହାର ପ୍ରଭାବରେ ଭାରତୀୟ ଅର୍ଥନୀତିକୁ ୨୨ ହଜାର କୋଟି ଟଙ୍କା ଲାଭ ମିଳିଥିବା ଆକଳନ କରାଯାଇଛି। ବ୍ୟାଙ୍କ ଅଫ୍ ବରୋଦାର ଏକ ଆକଳନ ଅନୁଯାୟୀ କ୍ରିକେଟ୍ ବିଶ୍ବକପ୍ ଲାଗି ଅର୍ଥନୀତିକୁ ୨୨ ହଜାର କୋଟି ଟଙ୍କାର ବଳ ମିଳିଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଭାବ ହୋଟେଲଠାରୁ ଆରମ୍ଭ କରି ଟ୍ରାଭେଲ, ରିଟେଲ ଓ ଡିଜିଟାଲ ଷ୍ଟ୍ରିମିଂ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ଖେଳ ଦେଖିବା ଲାଗି ଦେଶବିଦେଶର ବିଭିନ୍ନ ସ୍ଥାନରୁ ଲୋକମାନଙ୍କ ଆଗମନ ହୋଇଥିଲା। ଫଳରେ ହୋଟେଲ ଓ ଭ୍ରମଣ ଶିଳ୍ପକୁ ବଳ ମିଳିଥିଲା। ବିଶ୍ବକପ ସମୟରେ ହୋଟେଲଗୁଡ଼ିକର କୋଠରି ଭର୍ତ୍ତି ହୋଇଯାଇଥିଲା। ରେଳ ଓ ବିମାନରେ ଲୋକମାନେ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିଲେ। ତାହାର ଲାଭ ସେହି କ୍ଷେତ୍ରରେ କାରବାର କରୁଥିବା କଂପାନିଗୁଡ଼ିକୁ ମିଳିଥିଲା।

ଟିଭି ଓ ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକରେ ବିଶ୍ବକପର ବିଭିନ୍ନ ମ୍ୟାଚ୍‌କୁ ବିପୁଳ ସଂଖ୍ୟକ ଦର୍ଶକ ଦେଖିଥିଲେ। ଫଳରେ ବିଜ୍ଞାପନ ଜରିଆରେ ପ୍ରସାରଣକାରୀ ସଂସ୍ଥାଗୁଡ଼ିକ ବିପୁଳ ଆୟ କରିଛନ୍ତି। ଯେଉଁ ସହରରେ ଖେଳ ହେଉଥିଲା, ସେଠାରେ ସ୍ଥାନୀୟ ବ୍ୟବସାୟୀ, ‌ରେ‌ସ୍ତୋରାଁ ଓ ଯାତାୟାତ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର କାରବାର ବଢ଼ିଥିଲା। ଚାହିଦା ପୂରଣ କରିବା ଲାଗି ସେମାନେ ଅଧିକ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେଇଥିଲେ। ଲଜି‌ଷ୍ଟିକ୍ସ ଓ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ର ମଧ୍ୟ ବେଶ ସକ୍ରିୟ ହୋଇଉଠିଥିଲା। ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହୋଇଥିବାରୁ ସେଥିରୁ ସରକାରଙ୍କୁ ମଧ୍ୟ କୋଟି କୋଟି ଟଙ୍କା ରାଜସ୍ବ ମିଳିଥିବା ଆକଳନ କରାଯାଇଛି। ଷ୍ଟାଡିୟମର ଉନ୍ନତୀକରଣ, ସହର ସୌନ୍ଦର୍ଯ୍ୟୀକରଣରେ ମଧ୍ୟ ବିପୁଳ ନିବେଶ ହୋଇଛି। ଏହା ଦ୍ବାରା ଭିତ୍ତିଭୂମି ନିର୍ମାଣକାରୀ ସଂସ୍ଥାଗୁଡ଼ିକ ଉପକୃତ ହୋଇଛନ୍ତି। ଏଭଳି ଏକ ବଡ଼ ଟୁର୍ଣ୍ଣାମେଣ୍ଟ୍‌କୁ ସଫଳତାର ସହ ଆୟୋଜନ କରି ସମଗ୍ର ବିଶ୍ବରେ ଭାରତ ଏକ ସ୍ବତନ୍ତ୍ର ଛବି ସୃଷ୍ଟି କରିପାରିଛି ବୋଲି ରିପୋର୍ଟରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking