29.1 C
Bhubaneswar
Saturday, July 27, 2024
Homeଓଡିଶାଚୀନ୍‌ ନିମୋନିଆ ନେଇ ଭାରତ ସରକାର ଆଲର୍ଟ

ଚୀନ୍‌ ନିମୋନିଆ ନେଇ ଭାରତ ସରକାର ଆଲର୍ଟ

ନୂଆଦିଲ୍ଲୀ : ଚୀନ୍‌ରେ ଏଭିୟନ ଇନ୍‌ଫ୍ଲୁଏଞ୍ଜା ଓ ନିମୋନିଆକୁ ନେଇ ଯେଉଁ ଅସ୍ବାଭାବିକ ସ୍ଥିତି ଦେଖାଦେଇଛି ତାହା ଉପରେ ଏବେ ପୂରା ବିଶ୍ବର ନଜର ରହିଛି। ଏହି ରହସ୍ୟମୟ ନିମୋନିଆ ସଂପର୍କରେ ଚୀନ୍‌ ସବିଶେଷ ତଥ୍ୟ ସାର୍ବଜନୀନ କରିନଥିଲେ ମଧ୍ୟ ମାମଲାର ଗମ୍ଭୀରତାକୁ ଦେଖି ଭାରତ ସରକାର ଏହା ଉପରେ ସତର୍କ ନଜର ରଖିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଏକ ବୟାନରେ କହିଛି ଯେ ଭାରତ ଚୀନ୍‌ରେ ଶିଶୁଙ୍କ ନିମୋନିଆ ମାମଲାକୁ ନିରୀକ୍ଷଣ କରୁଛି ଏବଂ ଯେ କୌଣସି ଜରୁରୀ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଏ ପର୍ଯନ୍ତ୍ୟ ସ୍ଥିତିର ଯେଉଁ ଆକଳନ କରାଯାଇଛି ସେଥିରେ ଭାରତ ପାଇଁ ବିପଦ ଆଶଙ୍କା ବହୁତ କମ୍‌ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଚୀନ୍‌ରେ ପିଲାଙ୍କ ମଧ୍ୟରେ ଏଚ୍‌୯ଏନ୍‌୨ର ପ୍ରକୋପ ଏବଂ ଶ୍ବାସ ସମ୍ବନ୍ଧୀୟ ରୋଗ ଉପରେ ଅହରହ ନଜର ରଖାଯାଇଛି। ଚୀନ୍‌ରୁ ରିପୋର୍ଟ କରାଯାଇଥିବା ଶ୍ବାସକ୍ରିୟା ସମ୍ବନ୍ଧୀୟ ରୋଗର କାରଣ ଅନୁଧ୍ୟାନ କରାଯାଉଛି ଏବଂ ଆଗକୁ ଉପଲବ୍ଧ ହେବା ତଥ୍ୟ ଆଧାରରେ ପଦକ୍ଷେପ ନିଆଯିବ । ‘ହୁ’ ଏବେ ଚୀନ୍‌ଠାରୁ ଅଧିକ ତଥ୍ୟକୁ ଅପେକ୍ଷା କରିଛି ଏବଂ ଚୀନ୍‌ର ଦୈନନ୍ଦିନ ରିପୋର୍ଟକୁ ମଧ୍ୟ ଅନୁଧ୍ୟାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking