26.1 C
Bhubaneswar
Thursday, May 22, 2025
Homeଓଡିଶାଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି । ବିଶେଷକରି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଅବପାତ ପ୍ରଭାବରେ ଆହୁରି ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ, ଆଜିଠୁ ୨୪ ତାରିଖ ଯାଏଁ ୪ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ ।

ଆସନ୍ତାକାଲି ଅର୍ଥାତ ୨୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷାହେବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୨୪ ତାରିଖ ଯାଏଁ ବର୍ଷାର ପ୍ରକୋପ ଜାରିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଶୁକ୍ରବାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ଗଞ୍ଜାମ ପରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ମାଲକାନଗିରିରେ ବହୁ ସ୍ଥାନରେ ପ୍ରାୟ ୨୦୦ ମିଲିମିଟର କିମ୍ବା ଏହାଠାରୁ ଅଧିକ ବର୍ଷା ହୋଇଥିବାରୁ ସାମୟିକ ସମୟ ପାଇଁ ରାସ୍ତା, ଘାଟ ବୁଡ଼ିଯାଇଛି । ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ଶ୍ରୀ ତ୍ରିପାଠୀ ସ୍ପଷ୍ଟ କରିଛନ୍ତି ।

ପ୍ରବଳ ବର୍ଷା ଯୋଗୁଁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଥିବା ଜଳଭଣ୍ଡାରଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି । ତେବେ ହୀରାକୁଦ, ରେଙ୍ଗାଲୀ ପରି ଜଳଭଣ୍ଡାରରେ ଗତବର୍ଷ ତୁଳନାରେ ଏବେ ବି ଜଳସ୍ତର ବହୁ ତଳେ ରହିଥିବା ସେ କହିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଗୁରୁତର ପ୍ରଭାବିତ ହୋଇଛି । ଆଜି ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ସହ ମନ୍ତ୍ରୀ ସମ୍ପୃକ୍ତ ଜିଲ୍ଳାର ଜିଲ୍ଲାପାଳଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ । ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୯୦ ମିଲି ମିଟର ବର୍ଷା ହୋଇଥିଲା ବେଳେ ନବରଙ୍ଗପୁର ଜିଲ୍ଲାରେ ୭୦.୧ ମିମି ଏବଂ କୋରାପୁଟ ଜିଲ୍ଲାରେ ୬୭.୪ ମିମି ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି ଜିଲ୍ଲାର ଖଇରିପୁଟ ବ୍ଲକ୍‌ରେ ସର୍ବାଧିକ ୨୨୧.୨ ମିମି ବର୍ଷା ହୋଇଛି । ସେହିପରି ଚିତ୍ରକୁଣ୍ଡା, କୋରକୁଣ୍ଡା, ଖଇରିପୁଟ ଓ କାଲିମେଳା ବ୍ଲକ୍‌ରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking