27.1 C
Bhubaneswar
Saturday, July 27, 2024
Homeଖେଳଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳରେ ‘ରୋ-କୋ’ ରହିବା ଉଚିତ: ଆକ୍ରମ

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳରେ ‘ରୋ-କୋ’ ରହିବା ଉଚିତ: ଆକ୍ରମ

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲି (ରୋ-କୋ)ଙ୍କ ଭବିଷ୍ୟତକୁ ନେଇ ଅନେକ ଆଲୋଚନା ଚାଲୁଥିଲେ ମଧ୍ୟ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ବକପ୍‌ରେ ଏହି ଦୁଇ ଜଣ ଭାରତୀୟ ଦଳରେ ସ୍ଥାନ ପାଇବା ଉଚିତ୍‌ ବୋଲି ପାକିସ୍ତାନୀ କିଂବଦନ୍ତି ଖେଳାଳି ୱାସିମ୍‌ ଆକ୍ରମ ମତ ପ୍ରକାଶ କରିଛନ୍ତି। ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ରୁ ଭାରତର ବିଦାୟ ପରଠୁ ଏମାନେ ଆଉ ଏହି ସୀମିତ ଓଭର କ୍ରିକେଟ୍‌ରେ ଖେଳୁନାହାନ୍ତି। ରୋହିତଙ୍କ ଅନୁପସ୍ଥିତିରେ ହାର୍ଦିକ ପାଣ୍ଡ୍ୟା ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ନେଉଛନ୍ତି। ଏବେ ପାଣ୍ଡ୍ୟା ଆହତ ଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। ଏକ ସାକ୍ଷାତକାରରେ ଆକ୍ରମ କହିଛନ୍ତି, ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଆଉ ମାତ୍ର କିଛି ମାସ ବାକି ଅଛି।ଏହି ଆଇସିସି ଇଭେଣ୍ଟ ପାଇଁ ଖେଳାଳି ବାଛିବାକୁ ହେଲେ ମୁଁ ଉଭୟ ରୋହିତ ଓ କୋହଲିଙ୍କୁ ପ୍ରଥମେ ନେବି। ସେମାନେ ଭାରତୀୟ ଦଳର ଆଗଧାଡ଼ିର ଖେଳାଳି, ଏଥିରେ କାହାର ସନ୍ଦେହ ନାହିଁ। ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଖେଳିବାକୁ ହେଲେ କିଛିଟା ଅଭିଜ୍ଞତା ଆବଶ୍ୟକ ଥାଏ। ଏଥିରେ କେବଳ ଯୁବ ଖେଳାଳିଙ୍କ ଉପରେ ନିର୍ଭର କରିଲେ ଚଳିବନି ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ରୋହିତ ୧୪୮ ମ୍ୟାଚ୍‌ରୁ ୩୮୫୩ ରନ୍‌ ସଂଗ୍ରହ କରିଛନ୍ତି। ଯାହାମଧ୍ୟରେ ୪ ଶତକ ଓ ୨୯ ଅର୍ଦ୍ଧଶତକ ସାମିଲ ଅଛି। କୋହଲି ୧୧୫ ମ୍ୟାଚ୍‌ରୁ ୪୦୦୮ ରନ୍‌ କରିଥିଲା ବେଳେ ୧ ଶତକ ଓ ୩୭ ଅର୍ଦ୍ଧଶତକ ତାଙ୍କ ନାମରେ ରହିଛି। ସେହିପରି ଭାରତର ପୂର୍ବତନ ବ୍ୟାଟର୍‌ ଗୌତମ ଗମ୍ଭୀର ମଧ୍ୟ ଉଭୟ ରୋହିତ ଓ କୋହଲିଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳୁ ବୋଲି ଦାବି ଉପସ୍ଥାପନ କରିଛନ୍ତି। ରୋହିତ କେବଳ ଜଣେ ବିଶେଷଜ୍ଞ ବ୍ୟାଟର୍‌ ଭାବେ ନୁହେଁ, ବରଂ ଜଣେ ଅଧିନାୟକ ଭାବେ ତାଙ୍କର ଆବଶ୍ୟକତା ସବୁବେଳେ ରହିବ। ‌ଭାରତୀୟ ଦଳକୁ ବିଜେତା ହେବା ଲକ୍ଷ୍ୟ ରଖିବାକୁ ହେଲେ ରୋହିତ ଓ କୋହଲିଙ୍କୁ ସ୍ଥାନ ମିଳିବା ଆବଶ୍ୟକ ବୋଲି ଗମ୍ଭୀର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking