30.1 C
Bhubaneswar
Friday, May 3, 2024
Homeଓଡିଶାଶବରଖି ଧାରଣାରେ ବସିଲେ ଶ୍ରମିକ ଓ ପରିବାର ବର୍ଗ 

ଶବରଖି ଧାରଣାରେ ବସିଲେ ଶ୍ରମିକ ଓ ପରିବାର ବର୍ଗ 

ପାରାଦୀପ : ପାରାଦୀପ ତୈଳବିଶୋଧନାଗାର ଫାଟକ ନିକଟରେ ଶବରଖି କ୍ଷତି ପୁରଣ ଦାବି ନେଇ ଧାରଣାରେ ବସିଲେ ପରିବାର ବର୍ଗ । ଗତକାଲି ପାରାଦୀପ ରିଫାଇନେରୀ ଟାଉନସିପରେ ବିପିନ ବିହାରୀ କାର୍ଯ୍ୟ କରୁଥିବା ସମୟରେ ତାଙ୍କର ଶିଉଳିରେ ଗୋଡ଼ ଖସି ତଳେ ପଡିଯାଇଥିଲେ । କିଛି ସମୟ ପରେ ଶରୀରରେ ଅସୁସ୍ଥତା ଅନୁଭବ କରି କମ୍ପାନୀର ସୁପରଭାଇଜରଙ୍କୁ ଜଣାଇଥିଲେ l ତେବେ ତାଙ୍କୁ ପ୍ରଥମେ କୁଜଙ୍ଗ ଓ ପରେ କଟକ ମେଡ଼ିକାଲ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିଲା। ତେବେ କଟକରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଜି ସକାଳୁ ପରିବାର ଲୋକେ ଓ ସାଥି ଶ୍ରମିକମାନେ କମ୍ପାନୀ ଫାଟକ ନିକଟରେ କ୍ଷତିପୁରଣ ଦାବିକରି ଶବରଖି ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ତେବେ ଶ୍ରମିକମାନଙ୍କ ସହ ବନ୍ଧିତ ସଂସ୍ଥା ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘର ତୈଳ ବିଶୋଧାନାଗାରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମୃତ୍ୟୁବରଣ କରିଥିବା ଶ୍ରମିକ ଜଣକ ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ତାଙ୍କ ପରିବାରର ଜଣଙ୍କୁ ନିଯୁକ୍ତି କରାଯିବା ସହିତ କ୍ଷତିପୂରଣ ଦାବିକରିବା ସହିତ ଯେ ପର୍ଯ୍ୟନ୍ତ କମ୍ପାନୀ କର୍ତୃପକ୍ଷ ଆଲୋଚନାକୁ ଆସିନାହାନ୍ତି ସେ ପର୍ଯ୍ୟନ୍ତ ଶବ ରଖି ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking