30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନର ନୂଆ ପ୍ଲାନ୍

ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନର ନୂଆ ପ୍ଲାନ୍

ଶ୍ରୀନଗର : ଭାରତର ଭୂସ୍ୱର୍ଗରେ ଶାନ୍ତି, ବିଳିବିଳେଇ ହେଉଛି ଶତ୍ରୁ ଦେଶ । ଜମ୍ମୁ କାଶ୍ମୀରରେ ୫ ଅଗଷ୍ଟ ୨୦୧୯ ପରର ପରିବର୍ତ୍ତିତ ପରିସ୍ଥିତିକୁ ଦେଖି ପାକିସ୍ତାନ ରକ୍ତଚାଉଳ ଚୋବାଉଛି । ବିକାଶ ପଥରେ ଆଗଉଥିବା କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାକୁ ତଥା ହିଂସାକାଣ୍ଡ ଘଟାଇବାକୁ ପାକିସ୍ତାନ ପୁଣି ଥରେ ଷଡଯନ୍ତ୍ର କରୁଛି । ସୂଚନା ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ଉତ୍ତର କାଶ୍ମୀରରେ ପାକିସ୍ତାନ ପଟରୁ ଅନେକ ସଂଖ୍ୟାରେ ଆତଙ୍କୀ ଅନୁପ୍ରବେଶ କରିଛନ୍ତି । ଫଳରେ ସ୍ଥାନୀୟ ଆତଙ୍କବାଦୀଙ୍କ ତୁଳନାରେ ବିଦେଶୀ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଏଲ୍‌ଓସି ସେପାରିରୁ ମେ’ ରୁ ଅଗଷ୍ଟ ମଧ୍ୟରେ ବହୁ ସଂଖ୍ୟକ ବିଦେଶୀ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ଆଗାମୀ ସମୟରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ଅନେକ ସମ୍ଭାବନା ରହିଛି । ଭାରତକୁ ଧୋକାରେ ପଶିଥିବା ଆତଙ୍କବାଦୀଙ୍କ ଟାର୍ଗେଟରେ ସୁରକ୍ଷା ବାହିନୀ, ସ୍ଥାନୀୟ ନେତା ତଥା ସରପଞ୍ଚ ଅଛନ୍ତି ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୬୫ରୁ ଅଧିକ ବିଦେଶୀ ଆତଙ୍କବାଦୀ ଉତ୍ତର କାଶ୍ମୀରରେ ଅନୁପ୍ରବେଶ କରିବାରେ ସଫଳ ହୋଇଛନ୍ତି । ପାକିସ୍ତାନ ପଠାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର-ଏ-ତାଇବା, ଜୈଶ୍-ଏ-ମହମ୍ମଦ ଏବଂ ଅଲ ବଦ୍ରର ଆତଙ୍କବାଦୀ ସାମିଲ ଅଛନ୍ତି। ଏହି ଆତଙ୍କବାଦୀମାନେ ପିଓକେର ଲିପା, ଜୁରା ଏବଂ ଅଠମୁକାନ ନିକଟସ୍ଥ ଲଞ୍ଚ ପ୍ୟାଡରୁ ଭାରତକୁ ଅନୁପ୍ରବେଶ କରିବାରେ ସଫଳ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking